ରାଜନଗର : ସରକାର ଅଙ୍ଗନୱାଡି କେନ୍ଦ୍ରରେ ଏସଏନପି, କିଶୋରୀ ଓ ବାଳିକା ଛୋଟ ପିଲାମାନଙ୍କୁ ପୃଷ୍ଟିସାର ଖାଦ୍ୟରେ ଅଣ୍ଡା ଯୋଗାଇବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କର ନିର୍ଦ୍ଦେଶ ପ୍ରକାରେ ସ୍ବଳ୍ପ ଵେତନ ଭୋଗୀ ଅଙ୍ଗନୱାଡି କର୍ମୀ ମାନେ ଅଣ୍ଡା ଯୋଗାଇ ଚାଲୁଛନ୍ତି। ଦୁଇଵର୍ଷ ପୂର୍ବରୁ ଅଣ୍ଡାର ଦାମ ଯେତିକି ସରକାର କର୍ମୀମାନଙ୍କୁ ସେତିକି ବିଲ କରୁଥିଲେ। ହେଲେ ଏଵେ ଦୁଇଵର୍ଷ ହେଵ ଅଣ୍ଡାର ଦାମ ଵୃଦ୍ଧି ପାଇଛି। ସରକାର ଯେତିକି ଦେଉଛନ୍ତି ତାଠାରୁ ଅଧିକ ଦୁଇଟଙ୍କା ବଜାରରୁ ଅଣ୍ଡା କିଣି କର୍ମୀମାନେ ପିଲାମାନଙ୍କୁ ଯୋଗାଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଵିଭାଗୀୟ ଅଧିକାରୀଣିଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। କର୍ମୀମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ସରକାର ନିଜେ ଅଣ୍ଡା ଯୋଗାଇ ଦିଅନ୍ତୁ କିମ୍ବା ଆମର ପୂର୍ବରୁ ଦିଆଯାଇଥିବା ଅଣ୍ଡାର ବର୍ଦ୍ଧିତ ଅର୍ଥ ପୈଠ କରିବା ସହ ବର୍ତ୍ତମାନ ଅଣ୍ଡାର ଵଜାର ଦର ପ୍ରକାରେ ଦିଆଗଲେ ଆମେ ପୃଷ୍ଟିସାର ଖାଦ୍ୟ ଭାଵେ ହିତାଧିକାରୀଙ୍କୁ ଅଣ୍ଡା ଯୋଗାଇଵାରେ ସହାୟ ହୋଇପାରିବୁ। ସେଥିପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ସମୂହ ଅଙ୍ଗନୱାଡି କର୍ମୀ ଲିଖିତ ଭାବେ ସିଡିପିଓଙ୍କୁ ଜଣାଇଛନ୍ତି ଯେ, ଅଣ୍ଡାର ବଜାର ଦାମ ପରିଷୋଧ କରା ନଗଲେ ଆଉ ଅଣ୍ଡା ଦେଵେ ନାହିଁ ବୋଲି କର୍ମୀମାନେ ନିଜ ଯିଦିରେ ଅଟଳ ରହିଛନ୍ତି। ଏଠାରେ ପିଲାମାନଙ୍କ ଅଭିଭାବକ କହିବା ପ୍ରକାରେ ଜଣେ ଛତୁଆ ପ୍ରସ୍ତୁତ କାରି କିପରି ସତମିଛ ଠକାଠକି କରି ହାତକୁ ନ ଲାଗି ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେବାରେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀ ମାନେ ଲାଗିପଡୁଛନ୍ତି। ଅଥଚ ଜଣେ ସ୍ବଳ୍ପ ଵେତନ ଭୋଗୀ ଅଙ୍ଗନୱାଡି କର୍ମୀ ଉପରେ ଅଣ୍ଡାର ବର୍ଦ୍ଧିତ ଅର୍ଥ ଲଦିଦେଇ ତାର ପରିବାରକୁ ଅଭାବ ଅନାଟନରେ ରଖିବା ଏହା ସରକାରଙ୍କର କେତଦୂର ନ୍ୟାୟସଙ୍ଗତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ସ୍ତରରେ ଠିକାକାର୍ଯ୍ୟ ହେଉ କିମ୍ବା ବିଭିନ୍ନ ଅଫିସିଆଲ ଷ୍ଟେସନାରି ହେଉ କିମ୍ବା 5ଟିର ଜିନିଷ କିଣା ହେଉ ସଵୁଥିରେ କିଣା ଦାମ ଠାରୁ ଅଧିକ ବିଲ ଆଣି ମାଲେମାଲ ହେଉଛନ୍ତି। କିନ୍ତୁ ବହୁ କାର୍ଯ୍ୟ ବହନ କରୁଥିବା ଏହି କର୍ମୀ ମାନେ କି ଅପରାଧ କରିଛନ୍ତି, ସେମାନଙ୍କୁ ଅଣ୍ଡାର କିଣା ଦାମ୍ ଠାରୁ ଦୁଇଟଙ୍କା କମ୍ ଦିଆଯାଇ ସ୍ବଳ୍ପ ଵେତନ ଭୋଗି ଏହି କର୍ମୀମାନଙ୍କର ଆର୍ଥିକ ମାନଦଣ୍ଡକୁ ଭାଙ୍ଗି ଦେଇଛନ୍ତି । ତେଣୁ ସରକାର ତୁରନ୍ତ ଏହାର ସମାଧାନ କରି ପିଲାମାନଙ୍କୁ ଅଣ୍ଡା ଦେଵାର ବ୍ୟବସ୍ଥା କରି ଅପ ପୃଷ୍ଟିକୁ ରୋକାଯିବାକୁ ଦାବୀ ହେଉଛି ।
