ହିଞ୍ଜିଳିକାଟୁରେ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

add-all

ହିଞ୍ଜିଳିକାଟୁ ୨୬/୧୨ : ହିଞ୍ଜିଳିକାଟୁ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ।୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ। ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ଵିଜେଡି ତରଫରୁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଓ ବ୍ଳକ ଯୁଵ ବିଜେଡି ସଭାପତି ମନୋଜ କୁମାର ସାଵତ‌ ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ ନେତା, ଯୁବକ ଓ ମହିଳା ପୁରୁଷ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣଇଆ ସ୍ଥିତ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଵିଜେଡି କର୍ମୀ ଏକତ୍ରିତ ହୋଇ ଏହି ଶୋଭାଯାତ୍ରା ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ କରି ବସଷ୍ଟାଣ୍ଡ ନିକଟ ଵିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ ‌। ଏକ ସଭା ଅନୁଷ୍ଠିତ ହୋଇଥିଲା।ମହାବାତ୍ୟା ବିଧ୍ବସୁ ଓଡ଼ିଶା ଏବେ ଦେଶର ପୁଞ୍ଜିନିବେଶର ପେଣ୍ଠ ପାଲଟିଛି।

ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ ସଙ୍ଗେ ନିରନ୍ତର ବିକାଶ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଉଚ୍ଚସ୍ତରରେ ପହଞ୍ଚିଛି। ରାଜ୍ୟବାସୀଙ୍କ ଆୟ ବୃଦ୍ଧି ଜାତୀୟ ହାରକୁ ଅତିକ୍ରମ କରିଛି। ବିଭିନ୍ନ ସମୟରେ କେନ୍ଦ୍ରୀୟ ଅବହେଳା, ଅନୁଦାନ ହ୍ରାସ, ଯୋଜନାର ଅଂଶ ହ୍ରାସ ସତ୍ତ୍ଵେ ଗତ ୨୧ ବର୍ଷ ମଧ୍ୟରେ ନବୀନଙ୍କ ନେତୃତ୍ବାଧୀନ ବିଜେଡି ସରକାର ପାଖାପାଖୂ ୧୦୦ଟି ନିଜସ୍ବ ଯୋଜନା ପ୍ରଣୟନ କରିଛି। ଏଥିରେ ସମାଜର ତଳସୁରର ଲୋକମାନେ ଉପକୃତ ହୋଇଛନ୍ତି। ବୋଲି ନେତା ମାନେ ମତପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେକାଉନସିଲର ଵିଭୁପ୍ରସାଦ ପଣ୍ଡା, ଓଡ଼ିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢ଼ୀ,ଜିଲ୍ଲା ସାଧାରଣ ସମ୍ପାଦକ ତରୁଣ କୁମାର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଶିବରାମ ଗୌଡ, , ସଞ୍ଜୟ କୁମାର ପଣ୍ଡା, କାରଣ କୁମାର ପଟ୍ଟନାୟକ,ପ୍ରଦୀପ କୁମାର ପଣ୍ଡା, ଯୁଧିଷ୍ଠିର ସ୍ଵାଇଁ,ଅରୁଣ ସାବତ, ସଂସ୍କାର ପଟ୍ଟନାୟକ, ସଞ୍ଜୟ କୁମାର ସ୍ବାଇଁ,ଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ ସମିତି ସଭ୍ୟଙ୍କ ସମେତ ଶତାଧିକ ଵିଜେଡି ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.