ଲକ୍ଷାଧିକ ଟଙ୍କାର କାଠ ସହ ଦୁଇ ମାଫିଆଙ୍କୁ କାବୁ କଲା କୋଟଗଡ ବନ ବିଭାଗ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳରେ ଦୁଇ ସକ୍ରିୟ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି କୋଟଗଡ ବନବିଭାଗ l କୋଟଗଡ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁରଙ୍କ ସୂଚନା ଅନୁଯାଇ କୋଟଗଡ ବନାଞ୍ଚଳ ର ଶ୍ରୀରାମପୁର ସେକ୍ଟର ର ମାଟିଗାଡା଼ ନିକଟ ମାଜିମାହା ଜଙ୍ଗଲରେ କିଛି କାଠ ମାଫିଆ ଦୀର୍ଘ ଦିନ ହେବ ଜଙ୍ଗଲ ରୁ ମୂଲ୍ୟବାନ କାଠ କାଟି ଜିଲ୍ଲା ବାହାର କୁ ଚାଲାଣ କରୁଥିବା ଖବର ମିଳିଥିଲା, ଫଳରେ ମାଟିଗାଡା ଜଙ୍ଗଲ ରେ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ଓ ବନପାଳ ଦେବାଶିଷ ଚୌଧୁରୀ ଙ୍କ ନେତୃତ୍ୱରେ ଏକ ପଚିଶି ଜଣିଆ ସ୍ୱତନ୍ତ୍ର ଟିମ ସମ୍ପୃକ୍ତ ଜଙ୍ଗଲ ରେ ଚଢ଼ାଉ କରି ଦୁଇଜଣ କାଠ କଟାଳି ଙ୍କୁ କାବୁ କରିବା ସହ ଲକ୍ଷାଧିକ ଟଙ୍କାର ୮୬ ସିପ୍ଟ ଶାଳ, ପିଆ ଶାଳ କାଠ ପଟା ଓ କଟିଙ୍ଗ ସାଇଜ ପଟା ଜବତ କରିଥିବା ଜଣା ପଡିଛି | ଘଟଣା ସ୍ଥଳରୁ କାଠ କଟା ମେସିନ, କୁରାଢ଼ୀ ସହ ଆସାମ ରାଜ୍ୟ ର କାଠ କଟାଳି ପଦ୍ମସିଂ ନାଜାରୀ ଓ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ମଣ୍ଡଳ ନାୟକ କୁ ଗିରଫ କରାଯାଇଥିବା ଜଣାପଡିଛି | ଏ ନେଇ କୋଟଗଡ ବନ ବିଭାଗ କେଶ ନଂ.୨୦/୨୩ ଅଣ୍ଡର ସେକ୍ସନ ୨୭ରେ ଏକ ମାମଲା ରୁଜୁ କରି କାଠ କଟାଳି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ରେଞ୍ଜର ରମାକାନ୍ତ କହଁର ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.