ଲିଆରୀ, ନିଆରୀ, ଚୁଡୁଡ଼ିଆ ଜାତିକୁ ଏସଇବିସି ମାନ୍ୟତା ପ୍ରଦାନ…

add-all

ମହାସଂଘ ପକ୍ଷରୁ ମନ୍ତ୍ରୀ ଉଷାଦେବୀ ଙ୍କୁ ସମ୍ବର୍ଦ୍ଧନା।
ଚିକିଟୀ : ନିଖିଳ ଉତ୍କଳ ଲିଆରୀ, ନିଆରୀ ଚୁଡୁଡ଼ିଆ ମହାସଂଘ ପକ୍ଷରୁ ଆଜି ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ନିକଟରେ ରାଜ୍ୟ ସରକାର ଲିଆରୀ, ନିଆରୀ, ଚୁଡୁଡ଼ିଆ ଜାତି କୁ ଏସଇବିସି ମାନ୍ୟତା ପ୍ରଦାନ କରିଛନ୍ତି। ଯାହାର ପରିଣାମ ସ୍ୱରୂପ ଚିକିଟୀ ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ତାଲୁକା ର ପ୍ରାୟ ୮ ଶହ ଲିଆରୀ, ନିଆରୀ, ଚୁଡୁଡ଼ିଆ ପରିବାର କୃତକାର୍ଯ୍ୟ ହୋଇଛନ୍ତି। ଯାହାକୁ ନେଇ ଆଜି ଚିକିଟୀ ତାଲୁକା ସଭାପତି ନରହରି ବେହେରା, ସମ୍ପାଦକ ଉମେଶ ଚନ୍ଦ୍ର ବେହେରା, ସୁରଙ୍ଗୀ ତାଲୁକା ସଭାପତି କାଇରା ବେହେରା, ସମ୍ପାଦକ ମୀନ କେତନ ବେହେରା ବଡଖେମୁଣ୍ଡି ତାଲୁକା ସଭାପତି ରବୀନ୍ଦ୍ର ବେହେରା, ଉପ ସଭାପତି ପ୍ରକାଶ ବେହେରା, କୋଷାଧକ୍ଷ ଶ୍ୟାମ ସୁନ୍ଦର ବେହେରା, ଉପଦେଷ୍ଟା ଦୀନବନ୍ଧୁ ବେହେରା, ରାଜେନ୍ଦ୍ର ବେହେରା, କେ ନୂଆଗାଁ ପଞ୍ଚାୟତ ର ନାଏବ ସରପଞ୍ଚ ରୀନା କୁମାରୀ ବେହେରା ପ୍ରମୁଖ ଚିକିଟୀ ରାଜପ୍ରାସାଦ ରେ ପହଞ୍ଚି ମନ୍ତ୍ରୀ ଉଷାଦେବୀଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ଜାତିକୁ ଓବିସି ମାନ୍ୟତା ପ୍ରଦାନ କରିବାକୁ ମନ୍ତ୍ରୀ ଉଷାଦେବୀ ଙ୍କ ନିକଟରେ ସଙ୍ଘ ପକ୍ଷରୁ ଦାବୀ ରଖାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ବେହେରା, ପ୍ରକାଶ ବେହେରା, ରାଧା ବେହେରା, ସିମାଞ୍ଚଳ ବେହେରା, ବୈରାଗୀ ବେହେରା, ପ୍ରଶାନ୍ତ ବେହେରା, ପାଣ୍ଡଵ ବେହେରା, ପ୍ରଦୀପ ବେହେରା, ବାଲ୍ମୀକି ବେହେରା, ପୁର୍ଣଚନ୍ଦ୍ର ବେହେରା, ସିମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.