
ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଗତ ୨୩/୯/୨୩ ରିଖ କାଦୋବାହାଲ ଗ୍ରାମରେ ଗଣେଶ ପୂଜାର ରାତ୍ରରେ ଯାତରା ଦେଖିବା ପାଇଁ ଝୁନୁମୁର ପଞ୍ଚାୟତ ଅନ୍ତର୍ଗତ ସାନକୁଚୁଲୁ ଗ୍ରାମର ଇନ୍ଦ୍ର ବଡ଼ାଇକଙ୍କ ପୁଅ କ୍ରୀଷ୍ଣା ବଡାଇକ ଯାତ୍ରା ଦେଖିବାକୁ ଯାଇଥିଲା ଯାତ୍ରା ଦେଖିବାକୁ ସମୟରେ ତାଙ୍କ KTM ବାଇକ OD 14U 8795କୁ କେହି ଦୂର୍ବୁତ ଚୋରି କରି ନେଇଯାଇଥିଲେ ! ଗତ ୨୭/୯/୨୩ ରିଖ ଦିନ ରାଏବଗା ଥାନାରେ ଏକ ଲିଖିତ ଅଭିଯୋଗ ହେଇଥିଲା ! ଅଭିଯୋଗକୁ ଆଧାର କରି ରାଏବଗା ଅଧିକାରୀ କୃପାସିନ୍ଧୁ ବାଘ, ଏସ ଆଇ ଗୁଲବଧନ ମାଝି, ଏ ଏସ ଆଇ ସୁରେଶ ଚନ୍ଦ୍ର ସାମଲ ଓ ଶଶିଭୂଷଣ ମହତ ଏକ ଟିମ ଗଠନ କରି ଆଜି କୁତରା ଥାନା ଅନ୍ତର୍ଗତ ଖତକୁଳବାହାର ମହଲିପଡ଼ା ଗ୍ରାମରେ ବିଭିନ୍ନ ଜାଗାରେ ଚାଢାଉ କରି ବିର୍ସା ସାହୁଙ୍କ ପୁଅ ସାଗର ସାହୁ ୨୦ ବର୍ଷକୁ ଗିରଫ କରିଥିଲେ ! ଥାନାରେ ଏକ ମାମଲା ରୁଜୁ କରି ଆଜି ସାଗର ସାହୁକୁ ବୀରମିତ୍ରପୁର କୋର୍ଟ କୁ ଚାଲାଣ କରିବା ପୋଲିସ ପକ୍ଷରୁ ପ୍ରକାଶ !