ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର…

add-all

ରାଉରକେଲା :ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ମୋଗୋଟଲି ଗ୍ରାମ ରାସ୍ତା ଉପରେ ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ି ଦୁର୍ଘଟଣା ଘଟିଥିବାରୁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ ! ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଡ଼ାକି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ | ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜଣେ ଯୁବକ ଅଧିକ ଗୁରୁତର ହେଇଥିବାରୁ ତାଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ଜଣାପଡିଛି ! ସୂଚନା ଅନୁଯାୟୀ ଏହି ଦୁଇ ଯୁବକ ଝୁନମୁର ପଞ୍ଚାୟତ ଅନ୍ତର୍ଗତ କଦମମୁଣ୍ଡା ଗ୍ରାମର ସରୋଜ ଏକ୍କା ୨୪ ବର୍ଷ ଓ ଅମରଜିତ ବିଲୁଙ୍ଗ ୨୪ ବର୍ଷ ବାଲି ଜଣା ପଡିଛି |

ad-week
Leave A Reply

Your email address will not be published.