
ଫୁଲବାଣୀ:କନ୍ଧମାଳ ଜିଲ୍ଲା ରାଇକିଆ ମହୋତ୍ସବ ଅବସରରେ ସେଛାସେବି ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗରେ ଚାଲିଥିବା କ୍ଷୁଦ୍ରଦାନା ଶଶ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମିଲେଟ୍ ଖାଦ୍ୟ ସ୍କୁଲ ଏବଂ ମାଣ୍ଡିଆ ରଥ କନ୍ଧମାଳ ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ବାରା ମାଣ୍ଡିଆ କେକ୍ କାଟି ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର, ରାଇକିଆ ବ୍ଳକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଗୋଷ୍ଠିଉନ୍ନୟନ ଅଧିକାରି ସିମାଂଚଳ ମଣ୍ଡଳ, ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଧିକାରି ଦିବ୍ୟସିଂ କହଁର, ମଙ୍ଗଳ ଉନ୍ନୟନ ଅଧିକାରି ଉର୍ମିଳା ପ୍ରଧାନ, ସହ କୃଷି ଅଧିକାରି ସୁଦିପ୍ତା ପ୍ରଧାନ ପ୍ରମୁଖ ଯୋଗଦେଇ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଦେଖି ପ୍ରସ୍ତୁତକାରୀ ସୟଂ ସହାୟକ ଦଳ ମାମଙ୍ଗଳା, (ବାନ୍ଦାପାଙ୍ଗା), ଅନ୍ନପୂର୍ଣା
(କାଣ୍ଡାବାଡା), ସୁମୁତ୍ରା କାମ୍ବାଗୁଡା (ପେଟାପାଙ୍ଗା) ମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠାନ ର ସଂମ୍ପାଦକ ଇଂ. ହରି ଶଙ୍କର ରାଉତ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କ ମନକୁ ଜିଣି ହିତାଧିକାରୀ ବଢାଇ ହେବ ବୋଲି କହିଥିଲେ । ଦୀତିୟ ଦିବସରେ ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନ ସ୍କୁଲ ବୁଲିବା ସଙ୍ଗେ ସଙ୍ଗେ ମହିଳା ମାନଙ୍କୁ ଉତ୍ସାହିତ କରିବାସହ ମାଣ୍ଡିଆ ଚାଷ କୁ କିପରି ବହୁଳ ପ୍ରସାର କରିହେବ ସେଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଝୁଲିମା ଦଳ ବେହେରା, ସରପଞ୍ଚ ରାଇକିଆ ସୀତାଞ୍ଜଳୀ ପ୍ରଧାନ, ଡଡିଙ୍ଗିଆ,ଅଶୋକ କୁମାର ପ୍ରଧାନ, ବେରେଡାକିଆ ଅକ୍ଷୟ କୁମାର ପ୍ରଧାନ ଓ ଡଡିଙ୍ଗିଆ ସମିତିସଭ୍ୟ ପ୍ରଦିପ କୁମାର ପ୍ରଧାନଙ୍କ ସହ ସ୍ଥାନୀୟ ଅନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ମାଣ୍ଡିଆର ମହତ୍ବ ବିସୟରେ ଚର୍ଚ୍ଚା କରିବାସହ ଅଧିକ ଚାଷୀ ଙ୍କୁ ସାମିଲ କରି ପ୍ରଚୁର ଅମଳ ହେବାସହ ପରିବାର ର ଆର୍ଥିକ ସ୍ଥିତିକୁ ପରିବର୍ତ୍ତନ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଜନଯାତି ମହୋତ୍ସବରେ ମାଣ୍ଡିଆ ଷ୍ଟଲରେ ପ୍ରସ୍ତୁତ ହୋଇଥିବା ସୁସାଦ ଖାଦ୍ୟର ମଜା ନେବା ପାଇଁ ଅଧିକ ଗହଳି ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ଗିରିଶଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ, ନିକୁନ୍ଦ ପ୍ରଧାନ, କୃତିବାଶ ପ୍ରଧାନ ଓ ସଞ୍ଜୟ କୁମାର ରଣା ସହଯୋଗ କରିଥିଲେ ।