
ମାଲକାନଗିରି,୦୪/୦୧ : ମାଲକାନଗିରି ଜିଲ୍ଲା ରେ ନୂତନ ଭାବେ ଶ୍ରୀ ବିକ୍ରମ ପଟ୍ଟନାୟକ ଗତ ଦୁଇ ତାରିଖରେ ଜିଲ୍ଲା ଦୋରା ଜର୍ଜ ଭାବେ ଯୋଗଦାନ କରିଛନ୍ତି।ତାଙ୍କୁ ବୁଧବାର ଦିନ ଜିଲ୍ଲା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସନ୍ଧ୍ୟା ଆଠ ଟା ସମୟରେ ବନ୍ଦେ ଉତ୍କଳ ଜନନୀ ପାରମ୍ଭିକ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା।ଓକିଲ ସଂଘ ତରଫରୁ ସମ୍ପାଦକ ନୃସିଂହ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଓଡିଶା ବାର କାଉନ୍ସିଲ ମେମ୍ବର ପିଟା ରମେଶ ପାତ୍ର ଯୋଗ ଦେଇଥିଲେ।ଜିଲ୍ଲା ଜର୍ଜ ଙ୍କୁ ବରିଷ୍ଠ ଆଇନଜୀବୀ ଅନଓର ସାହା ଓକିଲ ସଂଘ ତରଫରୁ ଉପଢକନ ଦେଇ ସ୍ୱାଗତ କରାଯାଇଥିଲା।ଏଥି ସହ ଓଡିଶା ବାର କାଉନ୍ସିଲ ମେମ୍ବର ରମେଶ ପାତ୍ର ଙ୍କୁ ନୂତନ ଯୋଗ ଦେଇଥିବା ଜିଲା ଜର୍ଜ ଉପଢକନ ଦେଇ ସଂମାନିତ କରିଥିଲେ।ଜିଲ୍ଲା ଜର୍ଜ ତାଙ୍କ ବକ୍ତବ୍ୟ ରେ କହିଥିଲେ ବାର ଓ ବେଞ୍ଚ ଉତ୍ତମ ସମ୍ପର୍କ ରହିବ ଏହାକୁ ଆମେ ବଜାଇ ରଖିବା।ମଞ୍ଚରେ ଅନ୍ୟ ଅତିଥି ଭାବେ ଏଡିଜେ ଶ୍ରୀ ଉଦୟଭାନୁ ଜେନା ,ସିଜେଏମ ଶ୍ରୀ ସତ୍ୟପ୍ରିୟ ଦାସ,ରେଜିଷ୍ଟର ଶ୍ରୀ ଅରୁପ ନାୟକ, ସିଭିଲ ଜର୍ଜ ବିଜୟ କୁମାର ଦାସ,ସେକ୍ରେଟାରୀ ଡି ଏଲ ଏସ ଏ ରାକେଶ କୁମାର ମୁଦୁଲି, ସିନିୟର ସିଭିଲ ଜର୍ଜ ଶ୍ରୀମତୀ ବବିତା ଦାଶ, ଏସ ଡି ଯେ ମ ରୁଦ୍ର ପ୍ରକାଶ ନାୟକ, ନ୍ୟାୟାଧିକାରୀ କରୁକୋଣ୍ଡା ଗ୍ରାମ ନ୍ୟାୟାଳୟ ଦେବେନ୍ଦ୍ର ନାଗ ବାଗ , ଓକିଲ ସଂଘ ସଭାପତି ଲମ୍ବୋଧର ତୁରୁକୁ ଓ ଓଡିଶା ବାର କାଉନ୍ସିଲ ମେମ୍ବର ପିଟା ରମେଶ ପାତ୍ର ପ୍ରମୁଖ ମଞ୍ଚ ରେ ଥିଲେ।ଏଥିସହ ଜିଲ୍ଲାର ସମସ୍ତ ଆଇନି ଯିବି ସମେତ ଜୟପୁର ବା ର ଓକିଲ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଆଇନିଜୀବୀ ଭୂଦେଵ ମହନନ୍ଦିଆ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।