ନିର୍ବାଚନ ପୂର୍ବରୁ ଛତିଶଗଡ ଓ ମାଲକାନଗିରି ପୋଲିସ ମଧ୍ୟରେ ସମନ୍ଵୟ ବୈଠକ, ମାଓ ଗତିବିଧିକୁ ନେଇ ସମୀକ୍ଷା

add-all

ମାଲକାନଗିରି, ୪।୧ : ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଇବା ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡ ପୋଲିସ ଏବଂ ମାଲକାନଗିରି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ କିଛିଦିନ ପୂର୍ବେ ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଛତିଶଗଡରେ ନିର୍ବାଚନ ପ୍ରକ୍ରିୟା ହୋଇଥିବା ବେଳେ ସେଠାରେ ନିର୍ବାଚନ ଭଣ୍ଡୁର କରିବା ପାଇଁ ମାଓବାଦୀ ମାନେ ଅନେକ ବଡ ବଡ ହିଂସାକାଣ୍ଡ ଘଟାଇ ଥିଲେ । ଯାହା ଫଳରେ ଅନେକ ପ୍ରକାରର ବାଧା ସୃଷ୍ଠୀ ହୋଇଥିବା ବେଳେ ଆଗାମୀ ଦିନରେ ଓଡିଶାରେ ନିର୍ବାଚନ ହେବାକୁ ଥିବାରୁ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ ଏବଂ ହିଂସା ମୁକ୍ତ କରାଯିବ ସେନେଇ ଆଜିର ଏହି ବୈଠକରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ସୁକମା ପୋଲିସର ଅତିରିକ୍ତ ପୋଲିସ ଅଧୀକ୍ଷକ ଆକାଶ ମାର୍କମ୍ ଙ୍କ ସହ ଅନ୍ୟ ପୋଲିସ ବିଭାଗର ଅଧିକାରୀ ଏବଂ ମାଲକାନଗିରିର ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ମନୋଜ ସିଂ, ଏସଡିପିଓ ସଚିନ ପଟେଲ, ମାଲକାନଗିରି ଓ ମାଥିଲି ଥାନା ଅଧିକାରୀ ଏବଂ ଅନ୍ୟ ଗେଜେଟେଡ୍ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ବିଭିନ୍ନ ତଥ୍ୟକୁ ନେଇ ଆଲୋଚନା କରଯାଇଥିଲା । ଛତିଶଗଡର ସୀମାକୁ ମାଲକାନଗିରି ଜିଲ୍ଲା ଲାଗି ରହିଥିବା ବେଳେ ନିର୍ବାଚନ ସମୟରେ ମାଓବାଦୀ ମାନେ ମାଲକାନଗିରି ଜିଲ୍ଲାରେ ହିଂସାକାଣ୍ଡ ଭିଆଇବାର ଆଶଙ୍କା ଥିବା ବେଳେ ଏହା ପୂର୍ବରୁ ଉଭୟ ପୋଲିସ ମିଳିତ ରୂପେ କିପରି ମାଓ ବିରୋଧୀ ଅପରେସନ୍ କରିବେ ଏବଂ ଚେକ୍ ପୋଷ୍ଟ ସ୍ଥାପନ କରି ଅପରାଧିକ କାର୍ଯ୍ୟକଳାପଉପରେ ରୋକ ଲଗାଜୀବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ad-week
Leave A Reply

Your email address will not be published.