ମାଲକାନଗିରି ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ର ତରଫରୁ “ତମ୍ବାଖୁ ମୁକ୍ତ ସଚେତନତା” କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ମାଲକାନଗିରି : (ନୂଆ-ଓ) ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରାଜ୍ୟର ଯୁବ ପିଢୀଙ୍କ ନିମନ୍ତେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ତିନୋଟି ପ୍ରମୁଖ ଅଣଶୈକ୍ଷିକ ଦିଗ ପ୍ରତି ଗୁରୁତ୍ୱାରୋପ କରି ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ର ସ୍ତରରେ ମଧ୍ୟ ଉକ୍ତ ଯୋଜନାର ସଫଳ କାର୍ଯ୍ୟକାରିତା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ର ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଛଅ ମହଲା ଠାରେ ଓଡ଼ିଶା ସରକାରଙ୍କ “ନୂଆ-ଓ”, ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ତା:୨୨ ଡିସେମ୍ବର ୨୦୨୩ରିଖ ରୁ ଉଦ୍ଘାଟିତ ହୋଇଥିବା ଏହି ଅଭିଯାନ ଇତିମଧ୍ୟରେ ଅନୁଷ୍ଠାନର ପ୍ରଶିକ୍ଷାର୍ଥି ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ “ତମ୍ବାଖୁ ମୁକ୍ତ ଅଭିଯାନ” ଆୟୋଜିତ ହୋଇଯାଇଛି। ତମ୍ବାଖୁ ସେବନ ଦ୍ଵାରା ମଣିଷ ଶରୀର କିଭଳି ଭାବେ କୁପ୍ରଭାବରେ ପ୍ରଭାବିତ ହୋଇଥାଏ ସେ ସମ୍ପର୍କରେ ପ୍ରଶିକ୍ଷାର୍ଥି ମାନେ ନୀରବତା ରକ୍ଷା କରି ସଚେତନତା ବାର୍ତ୍ତା ଉଲ୍ଲେଖିତ ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ।ପ୍ଲା-କାର୍ଡ ଗୁଡ଼ିକ ସମାଜର ପ୍ରତ୍ୟେକ ବୟସ ବର୍ଗର ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇପାରେ । ବ୍ୟବହୃତ ବାର୍ତ୍ତା ମଧ୍ୟରୁ ଅନ୍ୟତମ ଆକର୍ଷଣ ରହିଥିଲା; “ଯୁବ ପିଢୀ ଓ ଛାତ୍ର ଗୋଷ୍ଠୀ, ନିଶାଠୁ ଦୂରେଇ ରୁହ ନୀତି” , “ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣେ ପଇସା” , “ନିଶାର ଗୁଣଟି ସଭିଏଁ ଜାଣ, ପଇସା ଦେଇକି ରୋଗ ନ କିଣ” ।

ତେବେ ଆଜିର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ବେହେରାଙ୍କ  ନେତୃତ୍ବରେ ସମ୍ପାଦିତ ହୋଇଥିବା ବେଳେ ପ୍ରଶିକ୍ଷିକା ତଥା ଅଧ୍ୟାପିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ମୁଦୁଲି ଏବଂ ଶ୍ରୀମତୀ ଶାଶ୍ଵତୀ ନାୟକ ଏବଂ ଅନୁଷ୍ଠାନର କର୍ମଚାରୀ ଅଟଳ ମିସ୍ତ୍ରୀ ପରିଚାଳନା ଭାର ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.