ମାଇନ୍ସ ବିଭାଗର ଚଢ଼ାଉ ଧର୍ମକୁ ଆଖିଠାର ….!

youtube

ଅବାଧରେ ବାଲି ଚାଲାଣ କେବଳ ଗୋଟିଏ ଗାଡ଼ି ଜବତ କରି ଚୁପଚାପ ବସିଛି ମାଇନ୍ସ ବିଭାଗ….
ବ୍ରହ୍ମପୁର : ନମ୍ବର ଜାତୀୟ ରାଜପଥ ଦେଇ ଅବାଧ ରେ ରାତ୍ର ସମୟ ରେ ଚୋରା ରେ ନକଲି ୱାଇ-ଫର୍ମ ରେ ବ୍ରହ୍ମପୁର ଓ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ନେଇ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପାଉଛି। ଜ଼ିରୋ ନାଇଟ ପୂର୍ବରୁ ଆସିକା ଅଞ୍ଚଳରୁ ନକଲି ୱାଇ- ଫର୍ମ ରେ ଚୋରା ରେ ବାଲି ଚାଲାଣ ବେଳେ ପ୍ରାୟ ୬ ରୁ ଉର୍ଦ୍ଧ ଗାଡ଼ିକୁ ହିଞ୍ଜିଳି ପୋଲିସ ଜବତ କରି ବିଭିନ୍ନ ଦଫା ରେ ମାମଲା ରୁଜୁ କରିଛି। ବୁଧବାର ଦିନ ରାତ୍ର ୭ ଘଣ୍ଟା ସମୟ ରେ ମାଇନ୍ସ ବିଭାଗ ଚୋରା ବାଲି ମାଫିଆ ଙ୍କ ହଟସ୍ପଟ ଅଞ୍ଚଳ ତଥା ଚେର ମାରିଆ ନିକଟରେ ଏକ ହାଇୱା ରେ ବାଲି ଲୋର୍ଡ ହୋଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଉକ୍ତ ଗାଡ଼ିକୁ ଆସିକା ଥାନା କୁ ଆଣି ଜିମାରେ ଦେଇ ଥିବା ଜଣାପଡିଛି। ରାତ୍ର ସମୟରେ ୫୯ ନମ୍ବର ଜାତୀୟ ରାଜପଥ କଡ଼ ରେ ଥିବା ନଦୀ ଗୁଡ଼ିକ ରୁ ଅବାଧ ରେ ନକଲି ୱାଇ-ଫର୍ମ କୁ ଢାଲ କରି ଏହି ଚୋରା ବେପାର ଚାଲିଛି। କାଁଭାଁ ପୋଲିସ ଓ ରାଜସ୍ୱ ବିଭାଗ ଏହି ଚୋରା ବାଲି ଗୁଡ଼ିକୁ ଧରପଗଡ଼ କରୁଥିବା ବେଳେ ମାଇନ୍ସ ବିଭାଗ ର ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷ ରେ ବସି ମଉଜ ମଜଲିସ କରି ନିଜର ପକେଟ ଗରମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏବେ ଏହି ଚୋରା ବାଲି ଚାଲାଣ ରାତ୍ର ସମୟ ରେ ହେଉଥିବା ଯୋଗୁଁ ଦାୟିତ୍ୱ ରେ ଥିବା ବାବୁ ମାନେ ଜାଣି ନ ଜାଣିବା ଭଳି ଅଭିନୟ କରିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଚର୍ଚ୍ଚା ହେଉଛି। ମାଇନ୍ସ ବିଭାଗ ର କାର୍ଯ୍ୟ ଓ ତରିକା ଧର୍ମଜୁ ଆଖିଠାର ଭଳି ହେଲାଣି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ସରକାର ରାଜସ୍ୱ ଅଧିକ ଆଶାରେ ଖଣି ଖାଦାନ ଗୁଡ଼ିକୁ ମାଇନ୍ସ ବିଭାଗ ହାତକୁ ଟେକି ଦେଇଥିବା ବେଳେ ଏବେ ଏହି ଦାୟିତ୍ୱ ରେ ଥିବା ବାବୁ ମାନଙ୍କ ପୁଷ ମାସ ପାଲିଟି ଥିବା ଚର୍ଚ୍ଚା ହେଲାଣି। ଏବେ ଚୋରା ବାଲି ଗାଡ଼ି ଜବତ କିମ୍ବା ଜରିମାନା କରିବା ଘଟଣା ମିଡ଼ିଆଙ୍କୁ କୌଣସି ବିଭାଗ ଜଣାଉନଥିବା ଜଣା ପଡ଼ିଛି। ଏହାର ସୁଯୋଗ ଏବେ ଗୋଦି ମିଡ଼ିଆ କୁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି।

Leave A Reply

Your email address will not be published.