୧୪ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ…

add-all

ଦାରିଙ୍ଗବାଡି,୬/୧ , ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ଚଢ଼ଉ କରି ୧୪ ଏକରରେ ହୋଇଥିବା ଗଞ୍ଜେଇ ଚାଷ କାଟି ନିଆଁ ଲଗେଇ ନଷ୍ଟ କରାଯାଇଛି । ଦାରିଙ୍ଗବାଡି ସ୍ଥିତ ଡୁଲୁରି ପାଇନ ବଣ ନିକଟରେ ଗଞ୍ଜେଇ ଚାଷ ହୋଇଥିଲା । ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଶନିବାର ଦିନ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ତଥା ଏଗଜୁକ୍ୟୁଟିଭ ମାଜିଷ୍ଟ୍ରେଟ କୃଷ୍ଣଚନ୍ଦ୍ର ନାୟକ ଙ୍କ ଉପସ୍ଥିତି କ୍ରମେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ଵରେ ୧୪ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ଚଢଉରେ ଏସଆଇ ଜୀତେନ୍ଦ୍ର ବେହେରା, ଏଏସଆଇ ସୁବାସ ଚନ୍ଦ୍ର ବାଏକ,ଏସ.ଶ୍ରୀନିବାସ ରାଓ , ଅର୍ଜୁନ ଶବରଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ad-week
Leave A Reply

Your email address will not be published.