ଓଡ଼ଗାଁ ସାମ୍ବାଦିକ ସଂଘର ନୂତନ ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ…

add-all

ଓଡ଼ଗାଁ : ଆଜି ପଞ୍ଚାୟତ ସମିତି ସଭାଗୃହରେ ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହପାତ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦ୍ଘାଟନୀ ସଭାରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ସମେତ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ , ଉପଦ୍ଧକ୍ଷ। ମୀରା ନାୟକ, ବି.ଡି.ଓ. ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ବିଭୁ ପ୍ରସାଦ ସାହୁ, ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ବ୍ଲକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରମୋଦ ବିଶ୍ଵାଳ, ଯୁବ ସଂଗଠକ ଦିବାକର ନାୟକ ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜନପ୍ରତିନିଧି ଉପସ୍ଥତ ଥିଲେ ।
ଏହି ଅବସରରେ ସଙ୍ଘ ପକ୍ଷରୁ ରଘୁନାଥ ଜୀଉ ଙ୍କ ଫଟୋଚିତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସଙ୍ଘ ର ସମ୍ପାଦକ ଗଣେଶ୍ୱର ସାହୁ ଧନ୍ୟବାଦ ଅର୍ପଣ ଥିଲେ । ସଙ୍ଘ ର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ଓ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.