ଆସିକା ଆଦର୍ଶ ଥାନା ସମ୍ମୁଖ ରେ ଦଲାଲ ଙ୍କ ଦୌରାତ୍ମ୍ୟ..! ଅଭିଯୋଗ କାରୀଙ୍କ ହାତରୁ କାଗଜ ନେବା ନେଇ ଚର୍ଚ୍ଚା…..!

add-all


ବ୍ରହ୍ମପୁର: ୯-୧ ଆସିକା ଥାନା ସାରା ଦେଶରେ ଏକ ନମ୍ବର ଥାନାର ମାନ୍ୟତା ପାଇଛି। ଆସିକା ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଆସିକା ଥାନା ଇଲାକାରେ ଆଇନ ଶୃଙ୍ଖଳା ରେ ଉନ୍ନତି ହୋଇଛି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଥାନା ସମ୍ମୁଖ ରେ କେତେକ ଦଲାଲ ଘୁରିବୁଲିବା ସହ ଥାନା କୁ ବିଭିନ୍ନ ଅଭିଯୋଗ ବା ଏତଲା ଧରି ଆସୁଥିବା ଲୋକଙ୍କୁ ଅଟକାଇ ସମ୍ପୂର୍ଣ୍ଣ ତଥ୍ୟ ନେଇ ଯାହା ବିରୁଦ୍ଧରେ ଅଭିଯୋଗ ଅଛି ସେହି ଲୋକକୁ ଖବର ଦେଇ ସଲାସୁତରା କରୁଥିବା ଚର୍ଚ୍ଚା ହେଉଛି। ପୋଲିସ ବିଭିନ୍ନ ସମୟ ରେ ଅଟକ ରଖି ତଦନ୍ତ କରୁଥିବା ଲୋକଙ୍କ ସମ୍ପର୍କୀୟ ଙ୍କୁ ଛାଡ଼ିଦେବାର ପ୍ରଲୋଭନ ଦେଖାଉ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ଜବତ ଗାଡ଼ି ଗୁଡ଼ିକୁ ମଧ୍ୟ ମୁକୁଳାଇବା ପାଇଁ ଦଲାଲ ମାନେ ସାଲାସୁତରା କରୁଥିବା ଚର୍ଚ୍ଚା ହେଉଛି। ଥାନା ବାବୁଙ୍କ ଅଜାଣତ ରେ ଏହି ସବୁ କାର୍ଯ୍ୟ କରି ଦଲାଲ ମାନେ ସକ୍ରିୟ ହେଉଛନ୍ତି। ଥାନା ବାହାରେ ଏହି ସବୁ କାର୍ଯ୍ୟ ଚାଲୁଥିବା ଯୋଗୁଁ ଥାନା ବାବୁଙ୍କ ନିକଟରେ ଲୋକେ କହିବାକୁ ଭୟ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏତଲା ଲେଖିବାର ବାହାନା ରେ ମଧ୍ୟ ଏହି ଦଲାଲ ମାନେ ଅଭିଯୁକ୍ତ ର ଠିକଣା ଜାଣି ତାକୁ ଖବର ଦେବା ପରେ ଘଟଣା କୁ ରଫା ଦଫା କରୁଥିବା ଚର୍ଚ୍ଚା ହେଉଛି। ଏହି ଦଲାଲ ମାନଙ୍କ ଯୋଗୁଁ ପୋଲିସ ବଦନାମ ହେଉଥିବା ଆଲୋଚନା ହେଉଛି। ଛଦ୍ମ ବେଶରେ ଏତଲା ଦେବାକୁ ଆସିଲେ ଏହି ଦଲାଲ ମାନଙ୍କ ପର୍ଦାଫାଶ ହେବ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.