ହିଞ୍ଜିଳିକାଟୁରେ ଅର୍ପଣ ରଥ ପରିକ୍ରମା…

add-all

ହିଞ୍ଜିଳିକାଟୁ ୯/୧ : ଆସନ୍ତା ୧୭ ତାରିଖରେ ହେବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ମହୋତ୍ସବର ପ୍ରଚାରପ୍ରସାର ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ମଙ୍ଗଳବାର ଜ‌ୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି । ହିଞ୍ଜିଳିକାଟୁ ର ସମସ୍ତ ମନ୍ଦିର ରୁ ଆଜ୍ଞାମାଳ ପାଇବାପରେ ହିଞ୍ଜିଳିକାଟୁ ପୌରପରିଷଦ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ପୌରପରିଷଦ ଅଧ୍ୟକ୍ଷା ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ଓଡିଶା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ଚେୟାରମେନ ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢି, ପୂଜାର୍ଚ୍ଚନା ଓ ବେଦ ଉଚ୍ଚାରଣ ନିମନ୍ତେ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ର ଅଧ୍ୟକ୍ଷ ସଙ୍କର୍ଷଣ ପାଠୀ ଓ ଟିମ୍ ବେଦମନ୍ତ୍ର ସହ ଏହି ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ।ଅର୍ପଣ ରଥ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ହିଞ୍ଜିଳିକାଟୁ ସହର! ଘଣ୍ଟ ,ଝାଞ୍ଜ,ମୃଦଙ୍ଗ,ଶଙ୍ଖ,ହୁଳ ହୁଳି କୀର୍ତ୍ତନରେ କମ୍ପୁଛି ଗାଁ ଦାଣ୍ଡ ଭକ୍ତିମୟ ପରିବେଷରେ ଝୁମୁଛନ୍ତି ଲୋକେ।!ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଗଡିବ। ମଙ୍ଗଳବାର ଏହି ରଥ ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଗ୍ରାମ ୱାର୍ଡ ନଂ ୧,୨ ଓ ୱାର୍ଡ ନଂ ୧୨,୧୯ପରିକ୍ରମା କରିଥିଲା ।ପ୍ରତି ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଥିଲା। ଵୁଧବାର ୱାର୍ଡ ନଂ ୩,୪,୫,୬,୧୦ , ଗୁରୁବାର ୱାର୍ଡ ନଂ ୭,୮,୯,୧୪,୧୫, ଶୁକ୍ରବାର ୱାର୍ଡ ନଂ ୧୬,୨୦,୨୧, ଶନିବାର ୱାର୍ଡ ନଂ ୧୭,୧୮,୧୧,୧୩, ରଥ ବୁଲିପ୍ରତି ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ ବୋଲି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ସୁଚନା ଦେଇଛନ୍ତି ।ହିଞ୍ଜିଳିକାଟୁ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା,ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, କାଉନସିଲର ଵିଭୁପ୍ରସାଦ ପଣ୍ଡା,ସନାତନ ନାହାକ,ପ୍ରଦୀପ କୁମାର ପଣ୍ଡା, ସୁବାସ ଚନ୍ଦ୍ର ଗୌଡ,ସୁପ୍ରଭା ମହାରଣା ଙ୍କ ସମେତ ସମସ୍ତ କାଉନସିଲର୍ ଓ ପୌରପରିଷଦ କର୍ମଚାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.