ଫୁଲବାଣୀ ପ୍ରାଥମିକ ବ୍ଳକ ଶିକ୍ଷକସଂଘର ଶପଥ ପାଠ ଉତ୍ସବ…

add-all

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ବନାନୀ କଳା ସଙ୍ଗମ ସଭାଗୃହ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ଏବଂ ଫୁଲବାଣୀ ବ୍ଲକ ଶିକ୍ଷକ ସଂଘର ନୂତନ ଭାବେ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ପାଠ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା ।ଉକ୍ତ ବୈଠକରେ ଜିଲ୍ଲା ସଂଘର ଉପ ସଭାପତି ସନ୍ତୋଷ କୁମାର ଦିଗାଲ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦେଶୀ ନାୟକ ରାଜ୍ୟ ଆଞ୍ଚଳିକ ସମ୍ପାଦକ ଯୋଗ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ବଂଶୀଧର ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକ ନେତା ଯୋଗ ଦେଇଥିଲେ।ଖଜୁରୀପଡ଼ା ବ୍ଲକ ନୂଆଁ ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁର ପ୍ରସାଦ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ପ୍ରଥମେ ଓଁ କାର ଧୁନି ଏବଂ ଦୀପ ପ୍ରଜ୍ବଳନ କରାଯାଇଥିଲା ।ତାପରେ ଆମର ସମ୍ମାନିତ ଅତିଥି ସଂଘର ଉଦ୍ଦେଶ୍ୟ ଓ ପ୍ରତିଷ୍ଠା ଦିବସ ଅବସରରେ ପୂର୍ବରୁ ଘଟି ଯାଇଥିବା ଘଟଣା ଗୁଡ଼ିକ ବର୍ଣ୍ଣନା କରି ସଂଘ ପ୍ରେମୀ ମାନଙ୍କୁ ଜାଗ୍ରତ କରିଥିଲେ ।ମୁଖ୍ୟ ଅତିଥିଙ୍କ ଦ୍ଵାରା ନୂତନ କର୍ମ କର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା ।ପ୍ରଥମେ ସଭାପତି ଦିନେଶ କୁମାର ବେହେରା ସପଥ ପାଠ କରିଥିଲେ ତାପରେ ଅନଙ୍ଗ ଦେହୁରୀ ସାଧାରଣ ସମ୍ପାଦକ ଭାବେ ଶପଥ ପାଠ କରିଥିଲେ ।ପରେ ଅନ୍ୟ କର୍ମକର୍ତ୍ତା ମାନେ ଶପଥ ପାଠ କରିଥିଲେ । ମୁଖ୍ୟ ଅତିଥି ନୂତନ କର୍ମ କର୍ତ୍ତା ମାନଙ୍କୁ କିଭଳି ଭାବରେ ବ୍ଲକ ସଂଘ ଚଳେଇବେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଚୈତନ୍ୟ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ସଭାସାଙ୍ଗ କରିଥିଲେ ।

ad-week
Leave A Reply

Your email address will not be published.