ଓଡ଼ଗାଁ : ଓଡ଼ଗାଁ ଏନ୍ଏସି ମିନିଷ୍ଟାଡିୟମ ସାମ୍ନାରେ ଅବସ୍ଥିତ ଚୋଲା ମଣ୍ଡଳମ୍ ଫାଇନାନ୍ସ କମ୍ପାନୀର ବେଆଇନ ଶୋଷଣ ନୀତିରେ ଗ୍ରାହକ ଅତିଷ୍ଟ ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି। ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଦୋଳମଣ୍ଡପ ସାହିର ସଞ୍ଜୟ କୁମାର ଶତପଥି (୩୬) ଚୋଲା ମଣ୍ଡଳମ୍ ଫାଇନାନ୍ସ କମ୍ପାନୀରୁ ଋଣ କରି ଗତ ତା୨୭.୦୯. ୨୦୨୨ରିଖରେ ଓଡି ୨୫ ଏମ୍ ୯୦୪୪ ନମ୍ବର ବିଶିଷ୍ଟ ସ୍କୁଟି ନେଇଥିଲେ।ଏବଂ ଉକ୍ତ ଫାଇନାନ୍ସ ଋଣ ଦେଇ ତାର ବୀମା କରାଇଥିଲେ।ହେଲେ ଗତ ୩୧ ନଭେମ୍ବର ୨୦୨୩ ରେ କୈାଣସି ଯାନ୍ତ୍ରିକ ତୃଟି ଯୋଗୁଁ ସ୍କୁଟିରେ ନିଆଁଲାଗି ପୋଡିଯାଇଥିଲା।ଏ ସମ୍ପର୍କରେ ସଞ୍ଜୟ ତୁରନ୍ତ ଫାଇନାନ୍ସ ତଥା ବୀମା କରାଇଥିବା କମ୍ପାନୀ ଚୋଲାମଣ୍ଡଳମକୁ ଏନେଇ ତୁରନ୍ତ ଅବଗତ କରିଥିଲେ । ଏବଂ କମ୍ପାନୀର କହିବା ଅନୁସାରେ ସମସ୍ତ କାଗଜପତ୍ର ଓ ଅର୍ଥରାଶି ଦାଖଲ କରିବା ପରେ ତୁମ ଖାତାକୁ ଇନସୁରାନ୍ସ ଟଙ୍କା ପହଁଞ୍ଚିଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସଞ୍ଜୟକୁ ପ୍ରତିଶୃତି ଦେଇଥିଲେ । ତେବେ ବିଳମ୍ବ ହେବାରୁ ଏନେଇ ଫାଇନାନ୍ସ ଅଫିସକୁ ୨ ମାସ ହେଲା ବହୁବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ମଧ୍ୟ ଖାତାକୁ ବୀମାଅର୍ଥ ପହଁଞ୍ଚି ନଥିବା ନେଇ ସଞ୍ଜୟ ଅଭିଯୋଗ କରିଛନ୍ତି ।
