ଓଡ଼ଗାଁ : ପିଏନସ ୯୧ ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି ।ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନ ନୟାଗଡ଼ ଜିଲ୍ଲା ର ନୟାଗଡ଼, ଇଟାମାଟି, ଦଶପଲ୍ଲା, ସରଣକୁଳ, କଇଥ ଗାଡିଆ, ରଣପୁର, ମହିପୁର, ଓଡ଼ଗାଁ, ରୁ ୧୬ଟି ଦଳ ମଧ୍ୟ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁ ପ୍ରତିଯୋଗିତା ହୋଇଥିଲା । ସର୍ବଶେଷ ରେ କଇଥ ଗାଡିଆ ଏବଂ ସରଣକୁଳ ଫାଇନାଲ ରେ ପ୍ରବେଶ କରିଥିଲେ । ତେବେ ୨୧-୧୯ ରେ କଇଥ ଗାଡିଆ ବିଜୟ ଲାଭ କରିଥିଲା ।
ତେବେ ବୁଧ ବାର ଦିନ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ଭୁବନେଶ୍ୱର, କଟକ ଅନୁଗୁଳ, ରାଉରକେଲା, ସୋନପୁର , କୋରାପୁଟ, ବଲାଙ୍ଗୀର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଜିଲ୍ଲା ରୁ ୧୮ଟି ଦଳ ଭାଗନେବେ । ଆଜିର ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦସଭ୍ୟ। ବିରଜା ଲକ୍ଷ୍ମୀ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଃଶାସନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ସୁଧାଂଶୁ ବେହେରା, ଓଡ଼ଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ର ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ ।
