ମୋହନା ଉନ୍ନୟନ ପରିଷଦ ତରଫରୁ ଗଜପତି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା…

ଆର ଉଦୟଗିରି : ମୋହନା ଉନ୍ନୟନ କମିଟି ଆଜି ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ ଓ ଉପ ଜିଲ୍ଲାପାଳ ଲୋକ କୁମାର ପ୍ରଧାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ମୋହନା ସହରର ବିଭିନ୍ନ ସମସ୍ୟା ସମ୍ପର୍କେ ଅବଗତ କରାଇଥିଲେ । କମିଟିର ସଭାପତି ଦଣ୍ଡାସି ସାହୁ , ସଦସ୍ୟ ପ୍ରଶାନ୍ତ ବୀର ଓ ସଦସ୍ୟ ରବିନ୍ଦ୍ର ସାମନ୍ତରାୟ ବିଭିନ୍ନ ଆଲୋଚନା ଭିତରେ ତଳ ଲିଖିତ ବିଷୟମାନ ଅବଗତ କରାଇଥିଲେ । ମୋହନା ସରକାରୀ ବାଳକ ଉ:ପ୍ରା: ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନ୍ୟତା , ମୋହନା ପାଇଁ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ସହ କଳିଙ୍ଗ ଶିଶୁ ପାର୍କ ସମୁଖରେ ଥିବା ବାସଷ୍ଟଣ୍ଡକୁ ବସ ରହିବା ଷ୍ଟାଣ୍ଡ, କଳିଙ୍ଗ ଶିଶୁ ଉଦ୍ୟାନକୁ ପୂଣ୍ଣାଙ୍ଗ କରିବା, ମୋହନା ମେଡିକାଲରେ ରୋଗୀମାନଙ୍କର ପାଣିର ସମସ୍ୟା ଦୂରୀକରଣ ସଂପର୍କରେ ମୋହନାକୁ ଏନ,ଏ. ସି ମାନ୍ୟତା ଦେବା, ମୋହନା ସହରରେ ପିଇବା ପାଣିର ଘୋର ସମସ୍ୟା ସଂପର୍କରେ, +2 କଲେଜର ଅସଂପୂର୍ଣ୍ଣ କୋଠାର ସଂପୂର୍ଣ୍ଣ , ଯୁକ୍ତ ୩ କଲେଜରେ ତିଆରି ହୋଇଥିବା ମହିଳା ହଷ୍ଟେଲର କାର୍ଯ୍ୟକାରିତା ଏହି ପରି ଅନେକ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ତଥା ଉପ ଜିଲ୍ଲାପାଳ ବିଷୟକୁ ଗୁରୁତ୍ବ ସହ ହୃଦୟଙ୍ଗମ କରି ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।

ad-week
Leave A Reply

Your email address will not be published.