
ଫୁଲବାଣୀ : ଜାନୁଆରି ୧୭ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟବ୍ୟାପୀ ପ୍ରତି ପରିବାରରୁ ଅରୁଆ ଚାଉଳ, ଗୁଆ ଆଦି ସଂଗ୍ରହ କରାଯାଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀ ରେ ଫୁଲବାଣୀ ପୌର ପରିଷଦ ପ୍ରଶାସନ ପକ୍ଷରୁ ଜଗନ୍ନାଥ ଅର୍ପଣ ରଥର ଉଦ୍ଘାଟନ କରାଯାଇଛି। ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଦାମୀ ଗାଁ କାମନା ମନ୍ଦିର ଠାରେ ଏହାର ଶୁଭାରମ୍ଭ କରାଯାଇଛି। ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ l ରଥ ଆଜି ୱାର୍ଡ ନମ୍ବର ଦୁଇ ଓ ତିନି ବୁଲିଥିଲା l ଏହି ରଥ ପରିକ୍ରମା କରି ଚାଉଳ ଓ ଗୁଆ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ପୌର ପରିଷଦର ଅଧିକାରୀ କାର୍ଯ୍ୟନିର୍ବାହୀ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନଗର ସଭାପତି ବିମଳେନ୍ଦୁ ପାଢୀ, କାଉନ୍ସିଲର ମାଧବୀ ମିଶ୍ର,ମୃତ୍ୟଞ୍ଜୟ ପେରା, ଶ୍ରୀବତ୍ସ୍ଛ ବେହେରା, ସ୍ନେହଲତା ପ୍ରଧାନ, ପଞ୍ଚାନନ କହଁର, ସହରାଞ୍ଚଳ ଜିଲ୍ଳା ଯୋଜନା ବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ପାଢ଼ୀ,ବିକ୍ରମ ବେହେରା, ବିରଜା କହଁରଙ୍କ ସମେତ ପ୍ରତ୍ୟେକ ୱାର୍ଡ଼ର ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ଥିଲେ ।