ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପ୍ରତିଯୋଗିତା ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଅରୁଣ କୁମାର ଖାଡା଼ଙ୍ଗାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ନୂଆ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ବିଭାଗ ଅଧ୍ୟାପକ ତଥା ନୂଆ-ଓ,ସାଂସ୍କୃତିକ କମିଟି ସଂଯୋଜକ ଜଗନ୍ନାଥ ମହାପାତ୍ରଙ୍କ ସଂଯୋଜନା ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ପିଜି ଛାତ୍ର, ଛାତ୍ରୀଙ୍କୁ ନେଇ କନିଷ୍ଠ, ବରିଷ୍ଠ ବର୍ଗର ରଚନା, କବିତା, ହସ୍ତାକ୍ଷର, ଗଳ୍ପ, ଓଡ଼ିଆ ପ୍ରବନ୍ଧ, ବକୃତା, କ୍ଷୁଦ୍ର ଗଳ୍ପ, ଭଜନ, କୁଇଜ୍, ଖାଦ୍ୟ ପ୍ରସ୍ତୁତି, ଓଡ଼ିଆ ଲୋକ ନୃତ୍ୟ, ଓଡ଼ିଆ ସ୍ଲୋଗାନ ଲିଖନ, କବିତା ପାଠ ଭଳି ପ୍ରତିଯୋଗୀତା ବିଭିନ୍ନ ପର୍ଯ୍ୟାୟ ରେ ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଭାରତୀବାଳା ସାହୁ, ସଂଗୀତା ମିଶ୍ର, ଇଂରାଜୀ ବିଭାଗ ଅଧ୍ୟାପିକା ଅପରଜିତା ସାହୁ, ଡ଼ଃ.ସୁଜାତା ମହାପାତ୍ର, ଡ଼ଃ.ବବିତା ପାତ୍ର, ବିନୋଦ ବିହାରୀ ପାତ୍ର, ସୁଦାମ ସାହୁ, ଅକ୍ଷୟ କୁମାର ପ୍ରଧାନ, ମନୋରଞ୍ଜନ ସାହୁ, ରାଧା ମାଧବ ମହାପାତ୍ର, ଅନୀଲ କୁମାର ପାତ୍ର, ଗୋକୁଳାନନ୍ଦ ପାତ୍ର, ଡ଼.ସୁଦର୍ଶନ ରଇତ, ଅବିନାଶ ଲେଙ୍କା, ସୋନାଲି ବାରିକ, ପବିତ୍ର କୁମାର ସ୍ୱାଇଁ, ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.