ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସର ଜୋନ୍ ସଭାପତି ଚୟନ…

add-all

ଦାରିଙ୍ଗବାଡ଼ି, ୧୩/୧, ଦାରିଙ୍ଗବାଡି ବ୍ଲକ କଂଗ୍ରେସର ପକ୍ଷରୁ ଗତକାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବିକାଶ ମିଶନ ଓଡିଶା କଂଗ୍ରେସ ର ମଣ୍ଡଳ ଆବାହକ ତଥା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଉପାଧ୍ୟକ୍ଷ ଅମୀର ଚାନ୍ଦ ନାୟକଙ୍କ ନେତୃତ୍ୱରେ ଜୋନ ସଭାପତି ଚୟନ କାର୍ଯ୍ୟକ୍ରମ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ବ୍ଲକ ଅଧିନସ୍ତ ୨୫ ଗୋଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସଭାପତି ଉପସ୍ଥିତ ରହିବା ସହିତ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଲିକ, ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାୟକଙ୍କ ସହିତ ବରିଷ୍ଠ କଂଗ୍ରେସ କର୍ମୀ ସମୂହଙ୍କ ସହିତ ବହୁ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିଲେ। ସର୍ଵ ସମ୍ମତି କ୍ରେମେ ୧୧ ନଂ ଜିଲା ପରିଷଦ ଯୋନର ସଭାପତି ଭାବେ ପ୍ରଦୀପ ମଲିକ ମନୋନୀତ ହୋଇଥିବା ବେଳେ ୧୦ ନଂ ଜିଲା ପରିଷଦ ଯୋନର ସଭାପତି ଭାବେ ସାପନା ପ୍ରଧାନ ମନୋନୀତ ହୋଇଥିବା ସୂଚନା ରହିଛି। ଏହି ଦୁଇଟି ଯୋନର ସଭାପତି ଦୁହିଁଙ୍କୁ ଉପସ୍ଥିତ କଂଗ୍ରେସ କର୍ମୀ ସମୁହ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ad-week
Leave A Reply

Your email address will not be published.