ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ସ୍ମାରକୀ ପ୍ରତିଭାରେ ଶୈଳବାଳା ଜେନାଙ୍କ କୃତିତ୍ଵ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁରୁ ମହିମା ବିଶ୍ବଶାନ୍ତି ନୋଡାଲ ଇଉପି ବିଦ୍ୟାଳୟ ପରିସରରେ, ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ 29ତମ ସ୍ମାରକୀ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଶିକ୍ଷକ ଦାମୋଦର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜନଗର ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ସତ୍ୟଵାଦୀ ଜେନା ଯୋଗଦେଇ ସଙ୍ଗୀତ ଜଗତରେ ଗ୍ରାମାଞ୍ଚଳର କୁରୁଣ୍ଟି ସୋସାଇଟିର ଗିରିଶ ଚନ୍ଦ୍ର ଜେନାଙ୍କ ଜଣେ ଛୋଟ ଝିଅ ସୁନାମ ଅର୍ଜନ କରି ରାଜନଗର ଅଞ୍ଚଳର ଗୌରବ ଆଣିଛନ୍ତି। ସେହି ପରିପ୍ରେକ୍ଷୀରେ ସୁଲଳିତ ସଙ୍ଗିତରେ ଦ୍ବିତୀୟ ସ୍ଥାନରେ କୃତିତ୍ଵ ଅର୍ଜନ କରିଥିବା କୁମାରୀ ଶୈଳବାଳା ଜେନା ଙ୍କୁ ଅଧ୍ୟାପକ ଶ୍ରୀଯୁକ୍ତ ଜେନା ମାନପତ୍ର ସହ ଫଳକ ପ୍ରଦାନ କରିଛନ୍ତି।ସମ୍ମାନିତ ଅତିଥିଭାବେ ସରପଞ୍ଚ ଵୀଣାପାଣି ପ୍ରଧାନ, ସମତି ସଭ୍ୟ ରବିନ୍ ମଲ୍ଲିକ, ଶିକ୍ଷକ ଵ୍ରହ୍ମାନନ୍ଦ ପରିଡା, ସୁଖି ଶ୍ୟାମ ରାଉତ ଉପସ୍ଥିତ ଥିଲେ , ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.