୮ ନମ୍ବର ଓ ୯ ନମ୍ବର ୱାର୍ଡ଼ରେ ବୁଲିଲା ଜଗନ୍ନାଥ ଅର୍ପଣ ରଥ…

add-all

ଫୁଲବାଣୀ : ଜାନୁଆରି ୧୭ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟବ୍ୟାପୀ ପ୍ରତି ପରିବାରରୁ ଅରୁଆ ଚାଉଳ, ଗୁଆ ଆଦି ସଂଗ୍ରହ କରାଯାଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀ ରେ ଫୁଲବାଣୀ ପୌର ପରିଷଦ ପ୍ରଶାସନ ପକ୍ଷରୁ ଜଗନ୍ନାଥ ଅର୍ପଣ ରଥର ଉଦ୍‌ଘାଟନ କରାଯାଇଛି। ଫୁଲବାଣୀ ପୌର ପରିଷଦ ର, ୮ ନମ୍ବର ଓ ୯ ନମ୍ବର
ୱାର୍ଡ଼ ରେ ବୁଲିଲା ଜଗନ୍ନାଥ ଅର୍ପଣ ରଥ । ଏହି ରଥ ପରିକ୍ରମା କରି ଚାଉଳ ଓ ଗୁଆ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି I ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ଯ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ନଗର ସଭାପତି ବିମଳେନ୍ଦୁ ପାଢୀ, ପ୍ରତାପ ବେହେରା, କାଉନ୍ସିଲର ମାଧବୀ ମିଶ୍ର,ମୃତ୍ୟଞ୍ଜୟ ପେରା, ଶ୍ରୀବତ୍ସ୍ଛ ବେହେରା, ସ୍ନେହଲତା ପ୍ରଧାନ, ପଞ୍ଚାନନ କହଁର, ସହରାଞ୍ଚଳ ଜିଲ୍ଳା ଯୋଜନା ବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ପାଢ଼ୀ,ବିକ୍ରମ ବେହେରା, ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ବିରଜା କହଁରଙ୍କ ସମେତ ପ୍ରତ୍ୟେକ ୱାର୍ଡ଼ର ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.