ଜାନୁୟାରୀ ୨୧ ରେ ମେଗା ମାରାଥନ ଦୌଡ଼ : ସାମିଲ ହେବେ ୪୦୦୦ରୁ ଉର୍ଦ୍ଧ୍ବ ଯୁବ ଓ ଛାତ୍ର…

ଓଡ଼ଗାଁ : ୨୦୨୪ ସାଧାରଣ ନିର୍ବାଚନ ଆଉ କେଇଟା ମାସ ବାକିଥିଲା ବେଳେ ଯୁବଗୋଷ୍ଠଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ବିଜେଡି ଦଳ ର ଆହ୍ବାନ କ୍ରମେ ଏକ ମେଗା ମାରାଥନ ଦୌଡ଼ ର ଆୟୋଜନ କରାଯିବ। ଏ ନେଇ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡ଼ଗାଁ ବ୍ଲକ ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ବ୍ଲକ୍ ଅଧକ୍ଷ ଲୋକନାଥ ସାହୁ, ଜିଲ୍ଲା ଉପସଭାପତି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଗା ମାରାଥନ କାର୍ଯକ୍ରମ ଓଡ଼ଗାଁ କଲେଜ ଠାରୁ ଆରମ୍ଭ ହୋଇ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଠାରେ ପହଞ୍ଚିବା ନେଇ ବୈଠକରେ ନିଷ୍ପତ୍ତି ହୋଇଅଛି ।

ad-week
Leave A Reply

Your email address will not be published.