ରାଜନଗର ବ୍ଲକରେ ବିଦ୍ୟାଳୟସ୍ତରୀୟ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଉଦ୍ଜାପିତ…

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧ ପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ମାସ 3ତାରିଖରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ସ୍ତରୀୟ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି, ବରିଷ୍ଟ ଶିକ୍ଷକ ପ୍ରମୋଦ କୁମାର ସେଠି ଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରକୁ ସି ଆ ରସି ଲଷ୍ମୀ କାନ୍ତ ପ୍ରିୟଦର୍ଶନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ,ପ୍ରଶିକ୍ଷକ ଚନ୍ଦ୍ର କାନ୍ତ ରାଉତ ଶିବିର ଆଭିମୁଖ୍ୟ ସମ୍ପର୍କରେ ଵିସ୍ତୃତ ଭାବେ ଆଲୋକ ପାତ କରିଥିଲେ। ପ୍ରଶିକ୍ଷକ ସଞ୍ଜୟ କୁମାର ସେଠି ଓ ବିଶ୍ଵ ରଞ୍ଜନ ନାୟକ ଏହି ଶିବିରରେ ପ୍ରଶିକ୍ଷଣ ଦେଇଥିଲେ,। ବ୍ଲକର ଵିଭିନ୍ନ ବିଦ୍ୟାଳୟରୁ 50ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ଶିବିରରେ ଯୋଗ ଦେଇଥିଲେ, ଏହି କାର୍ଯକ୍ରମରେ ବରିଷ୍ଠ ଶିକ୍ଷୟତ୍ରୀ ସବିତା ମିଶ୍ର, ନିରାକାର ସେଠି, କଳ୍ପନା ଦାଶ, ରାଜେଶ ପ୍ରଧାନ, ସତ୍ୟ ନାରାୟଣ ମହାନ୍ତି, ଶ୍ରଦ୍ଧାଞ୍ଜଳି ଦାଶ, ଉର୍ମିଳା ପରିଡା, ପ୍ରଳୟ ମଲିକ, ଅଭିଲିପସା ଦାଶ, ତାରିଣୀ ପ୍ରିୟ ଦର୍ଶନୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.