
୨୦ ହଜାର ରୁ ଉର୍ଦ୍ଧ୍ଵ ଫୁଟବଲ ପ୍ରେମୀ ଦର୍ଶକଙ୍କ ଭିଡ଼
ଦେବଗଡ (୧୪ା୧) : ପ୍ରଧାନପାଟ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ୍ରେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ‘ପ୍ରଧାନପାଟ୍ କପ୍’ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରାଉରକେଲାର ୱାଇବିସିକୁ ୧-୦ ଗୋଲରେ ପରାସ୍ତ କରି ଝାରସୁଗୁଡାର ଆଦିବାସୀ କ୍ଲବ ଚମ୍ପିୟାନ ହୋଇଥିଲା । ଆଜିର ମ୍ୟାଚକୁ ରେଫରୀ ଭାବେ ରାଜକୁମାର ମଣ୍ଡଳ, ନୀଳ ନାୟକ, ଚନ୍ଦ୍ର କିସାନ, ସୌରଭ କୁମାର ନାୟକ ଓ ଅଶ୍ୱିନୀ ବେରିହା ପରିଚାଳନା କରିଥିଲେ । ହେମନ୍ତ କୁମାର ମହାପାତ୍ର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ବେଣୁଧର ଗଡନାୟକ ଓ ଫକୀର ମୋହନ ଦଳବେହେରା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ ଝାରସୁଗୁଡା ଆଦିବାସୀ କ୍ଲବର ଖେଳାଳି ଅମର ଖଡିଆ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ରବିବାର ସଂଧ୍ୟାରେ ପ୍ରଧାନପାଟ କପ୍ ଆୟୋଜନ କମିଟୀର ସଭାପତି ବିକାଶ କୁମାର ପ୍ରଧାନଙ୍କ ସଭାପତିତ୍ୱ ଓ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧିରେନ୍ଦ୍ର ନାୟକଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ , ସମ୍ମାନୀତ ଅତିଥି ଭାବେ ଜିଲା ବିଜେଡିି ସଭାପତି ଇଂ.ଚିତରଞ୍ଜନ ପ୍ରଧାନ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ନିବେଦିତା ନାୟକ, ବାରକୋଟ ଜିଲା ପରିଷଦ ଜୋନ ୩ ର ସଦସ୍ୟା ଗୀତାଞ୍ଜଳି ପାଣି,ଏସ୍ୟୁଜେର ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ଓ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ ଯୋଗଦେଇ ଚମ୍ପିୟାନ ଝାରସୁଗୁଡା ଆଦିବାସୀ କ୍ଲବକୁ ଟ୍ରଫୀ ସହ ନଗଦ ୪୦ ହଜାର ଟଙ୍କା ଓ ରନର୍ସ ଅପ୍ ରାଉରକେଲା ୱାଇବିସିକୁ ଟ୍ରଫୀ ସହ ୩୦ ହଜାର ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଝାରସୁଗୁଡା ଆଦିବାସୀ କ୍ଲବର ଖେଳାଳି ଅମର ଖଡିଆ ମ୍ୟାନ ଅଫ୍ ଦ ମ୍ୟାଚ , ରାଉରକେଲା ୱାଇବିସିର ଖେଳାଳୀ ଦିଲ୍ଲିପ କିଣ୍ଡୋଙ୍କୁ ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଂଟ, ଶ୍ରେଷ୍ଠ ଗୋଲକିପର ଭାବେ ଝାରସୁଗୁଡା ଆଦିବାସୀ କ୍ଲବର ଶିବଲାଲ ଓରାମ, ଶ୍ରେଷ୍ଠ ଡିଫେନ୍ସ ଭାବେ ଦେବଗଡ ସ୍ଥିତ ପ୍ରଧାନପାଟ କ୍ଲବର ଆଲୋକ ବେହେରାଙ୍କୁ ପୁରସ୍କୁତ କରାଯାଇଥିଲା । ଶେଷରେ ପ୍ରଧାନପାଟ କ୍ଲବର ସଭାପତି ସୁବାସ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଆୟୋଜକ ପ୍ରଧାନପାଟ କ୍ଲବକୁ ଶୃଙ୍ଖଳିତ ଦଳ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଂଟ ଆୟୋଜନରେ ପ୍ରଧାନପାଟ କ୍ଲବର ସମ୍ପାଦକ ପ୍ରଦୀପ କୁମାର ବେହେରା, କୋଷାଧ୍ୟକ୍ଷ ସଞ୍ଜୀବ କୁମାର ବେହେରା, ପ୍ରଧାନପାଟ କ୍ଲବର ସମ୍ପାଦକ ସଞ୍ଜୀବ କୁମାର ନାଏକ, ସଦସ୍ୟ ଯୋଗେନ୍ଦ୍ର ସାହୁ, ମଛିନ୍ଦ୍ର ନାୟକ, ରୂପକ କୁମାର ମାଝୀ, ଶରତ ମେହେର, ବିକାଶ ଅଗ୍ରୱାଲା, ଅନନ୍ତ ମେହେର,ମାନଓ ପ୍ରଧାନ, ଅଲେଖ ନାୟକ, ଯୋଗେଶ ନାୟକ, ବାବୁଲୁ ଜେନା, ଜୟନାରାୟଣ ସାମଲ, ଦୀପକ ବେହେରା ଓ ସନ୍ତୋଷ ଭୋଇଙ୍କ ସମେତ ସମସ୍ତ ସଦସ୍ୟ ଓ କର୍ମକର୍ତା ସକ୍ରୀୟ ସହଯୋଗ କରିଥିଲେ । ଫାଇନାଲ ମ୍ୟାଚ ଦେଖିବାକୁ ପାଖ ପାଖି ଅଞ୍ଚଳ ରୁ ୨୦ ହଜାର ରୁ ଉର୍ଦ୍ଧ୍ଵ ଫୁଟବଲ ପ୍ରେମୀ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା,