ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବନ୍ଧଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l
ବନ୍ଧଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଛାତ୍ରୀ ମାନେ ବର୍ଜ୍ୟବସ୍ତୁ ରୁ କିପରି ନୂତନ ଓ ବ୍ୟବହାରିକ ବସ୍ତୁ ତିଆରି କରାଯାଇପାରିବ ତାହା କରିଦେଖାଇଥିଲେ ଏହି ଚଳିତ ମାସ ର ଏକ ଅଭିଭାବକ ବୈଠକରେ. ଏହି ଅଭିଭାବକ ବୈଠକ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବେହେରା ନିଜେ ତାଙ୍କରି ସଭାପତିତ୍ବ କରି ବୈଠକ କୁ ଅନୁଷ୍ଠାନିକ ଭାବରେ ଆରମ୍ଭ କରି ଥିବା ଦେଖିବାକୁ ମିଳିଥିଲା .ଏହି ବୈଠକ ରେ ସାଧନ କର୍ମୀ ଗୌରବ କହଁର ଓ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ,ଯଥା ଅଶୋକ କୁମାର ମଲ୍ଲିକ, ଶ୍ରୀମତୀ ରୁଚିର କଳିକା ସାହୁ, ଶ୍ରୀମତୀ ଖୁସଵୁ ରାଣୀ ଦିଗାଲ, ଶ୍ରୀମତୀ ମମତା ମଞ୍ଜରୀ ରଣା ଏବଂ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଛାତ୍ର,ଛାତ୍ରୀ ମାନଙ୍କର ଶୈକ୍ଷିକ ଅଭିବୃଦ୍ଧି, ମାନସିକ ଚାପ ଓ ଏହାର ଦୂରୀକରଣ ଏବଂ କ୍ୟାରିୟର ମାର୍ଗଦର୍ଶନ ଉପରେ ପିତାମାତା ଙ୍କ ନିମନ୍ତେ କିଛି ଉପଦେୟ ତଥ୍ୟ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ୱନ୍ଧୀୟ ସଚେତନତା ବିଷୟରେ ସେହି ବିଦ୍ୟାଳୟ ର ଶିକ୍ଷୟତ୍ରୀ ମମତା ମଞ୍ଜରୀ ରଣା, ସାଧନ କର୍ମୀ ଗୌରବ କହଁର ଓ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବେହେରା ଏବଂ ସହ ଶିକ୍ଷକ ମାନେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ ଏହାପରେ ପୀରମଲ ଫାଉଣ୍ଡେସନ ର ବିଶାଳ ସୂର୍ଯ୍ୟବଂଶ ବର୍ଜ୍ୟବସ୍ତୁ ରୁ କିପରି ନୂତନ ଓ ବ୍ୟବହାରିକ ଜିନିଷ ତିଆରି କରାଯାଇପାରିବ ସେ ସମ୍ପର୍କ ରେ ଅଧିକ ଛାତ୍ର ଛାତ୍ରୀ ମନକୁ ଉପଦେଶ ଦେଇଥିଲେ ଓ ପରିବେଶ କୁ କିପରି ସୁରକ୍ଷା ଦିଆଯିବ ସେହି ଉଧେଶ୍ୟ ରେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇ ଥିଲେ ଏବଂ କିପରି ଅଧିକ ରୁ ଅଧିକ ଏପରି ସବୁ ବିଦ୍ୟାଳୟ ଗୁଡିକରେ ସଚେତନତା ଶିବିର ଅନୁଷ୍ଠିତ କରାଗଲେ ବହୁତ ଭଲ ହୁଅନ୍ତା ବୋଲି କହି ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶପଥ ପାଠ କରାଇ ଥିଲେ. ଏବଂ ଏହାପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବୈଠକ କୁ ସଙ୍ଗ କରିଥିଲେ.

ad-week
Leave A Reply

Your email address will not be published.