ନୟାଗଡ଼ରେ ମାଳମାଳ ନକଲି ଭୋଟର…

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଇଲୋକ୍ଟରାଲ ପପୁଲେସନ (ଇପି)ବା ଭୋଟର ଜନସଂଖ୍ୟା ରେ ସାଙ୍ଘାତିକ ତ୍ରୁଟି ରହିଛି । ଜିଲ୍ଲାର ଜନସଂଖ୍ୟା ଅନୁସାରେ ୬୮ ପ୍ରତିଶତ ଭୋଟର ରହିବା କଥା ମାତ୍ର ୨୦୧୯ ସାଧାରଣ ନିର୍ବାଚନ ରେ ଏହା ୮୦ପ୍ରତିଶତ ଥିବାବେଳେ ୨୦୨୪ନିର୍ବାଚନ ଆଉ କେତେମାସ ବକିଥିଲା ବେଳେ ସେଥିରେ ବିଶେଷ ସୁଧାର ଆସିପାରିନାହିଁ । ଗତ ୫ ତାରିଖରେ ପ୍ରକାଶିତ ଭୋଟର ତାଲିକାରେ ଇପି ଅନୁପାତ ୭୫.୭୧ ରହିଛି। ତେଣୁ ନିର୍ଦ୍ଧାରିତ ଜନସଂଖ୍ୟା ର ପାଖାପାଖି ୭ପ୍ରତିଶତ ଅଧିକ ଭୋଟର ଜନସଂଖ୍ୟା ରହିଛି । ଏହା ଏକ ଆଦର୍ଶ ଭୋଟର ତାଲିକାର ଉଲଂଘନ କରୁଛି । ଏହା ସୂଚିତ କରୁଛି ଯେ ଏବେ ମଧ୍ୟ ମୃତ ଭୋଟରଙ୍କ ଠାରୁ ଆରମ୍ଭ କରି ଅନେକ ନକଲି ଭୋଟର ଏବଂ ଏକାଧିକ ସ୍ଥାନରେ ନମଥିବା ଭୋଟର ରହିଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ମୋଟ ଜନସଂଖ୍ୟା ର ୬୮ ପ୍ରତିଶତ ଭୋଟର ରହିବା କଥା ମାତ୍ର ୨୦୧୯ ତୁଳନାରେ ପ୍ରଶାସନ ଏବେ ମଧ୍ୟ ଭୂତ ଭୋଟର ଙ୍କୁ ହଟାଇବାରେ ସକ୍ଷମ ହୋଇପାରିନାହିଁ । ପୂର୍ବ ସାଧାରଣ ଇଲେକ୍ସନ ତୁଳନାରେ ଇପି କମିଥିବା ବେଳେ ମୃତଲୋକ, ସ୍ଥାନାନ୍ତରିତ ଲୋକଙ୍କୁ କିଏ କେଉଁ ଉଦ୍ୟେଶ ରେ ଭୋଟର ତାଲିକାରେ ରଖିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଗତ ୧୭ଅକ୍ଟୋବର ରୁ ନଭେମ୍ବର ୩୦ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ଯୋଡିବା, କାଟିବା, ସଂଶୋଧନ କରିବା କାର୍ଯ୍ୟ କରାଯାଇଥିଲା ଏବଂ ଭୋଟର ତାଲିକା କୁ ନେଇ ଯେଉଁମାନଙ୍କର ଆପତ୍ତି ଅଭିଯୋଗ ଥିବ ତାହା ଜଣାଇବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଇଥିଲା ହେଲେ କୌଣସି ଜନସାଧାରଣ କିମ୍ବା ବିରୋଧୀ ଦଳ ଅଭିଯୋଗ କଲେନାହିଁ ନା ପ୍ରଶାସନ ଜାଣିଶୁଣି ନକଲି ଭୋଟରଙ୍କୁ ହଟାଇଲା ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି ।

ad-week
Leave A Reply

Your email address will not be published.