ଭିତରକନିକାରେ ପ୍ରଶିକ୍ଷଣ ନେଲେ ଡେରାଡୁନର ୫୪ଜଣ ଆଇଏଫଏସ଼୍

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଇନ୍ଦିରାଗାନ୍ଧୀ ଜାତୀୟ ଫରେଷ୍ଟ ଏକାଡେମି ଡେରାଡୁନର ୫୪ ଜଣ ଭିତରକନିକା ଦୁଇଦିନିଆ ଗସ୍ତରେ ଆସି ଭାରତୀୟ ଫରେଷ୍ଟ ସେବା (IFS) ପ୍ରଶିକ୍ଷଣ ନେଇଥିଲେ। ଲୁଣା ଜଙ୍ଗଲ ବନୀକରଣ, ମେଟା ନର୍ସରୀ, ଭିତରକନିକା ଫରେଷ୍ଟ ବ୍ଲକ, ମିଉଜିଅମ୍ , ହାଚେରୀ, ଗୋରୀ ମଲ୍ଲି କୁମ୍ଭୀର ଇତ୍ୟାଦି ବୁଲିବା ସହିତ ପ୍ରଶିକ୍ଷଣ ନେଇଥିଲେ। ଲୁଣା ଜଙ୍ଗଲ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ, ସହକାରୀ ବନ ସଂରକ୍ଷକ ଶ୍ରୀ ଗଗନ ବିହାରୀ ମଲ୍ଲିକ, ମିସ୍ ପୂନମ ହୀରା ହାଁସଦା , ଗବେଷକ ଶ୍ରୀ ପ୍ରସନ୍ନ କୁମାର ନାୟକ ଏବଂ ଶ୍ରୀ ମାନସ କୁମାର ଦାସ, ରେଞ୍ଜ ଅଧିକାରୀ ପ୍ରଶିକ୍ଷାର୍ଥଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶ୍ରୀ ପ୍ରଶାନ୍ତ କୁମାର ସିଂ ଫରେଷ୍ଟର, ଶ୍ରୀ ସୁନିଲ ରଞ୍ଜନ ରାଉତରାୟ ବନରକ୍ଷୀ ଏବଂ ଶ୍ରୀ ନିରାକାର ବେହେରା ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.