ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଆଲୋଚନାର ବିଷୟ ଥିଲା ଭାରତୀୟ ଗଣତନ୍ତ୍ର.. ସମସ୍ୟା ଓ ଆହ୍ୱାନ,ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଗୀତାଞ୍ଜଳି ଦାସ, ମୁଖ୍ୟ ବକ୍ତାଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରଫେସର ଡ଼ ବିଷ୍ଣୁ ଚରଣ ଚୌଧୁରୀ, କିଓନେଟ ବକ୍ତା ଭାବେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ଦାଶରଥି ଭୂୟାଁ ଯୋଗଦେଇ ପ୍ରସଙ୍ଗ କୁ ନେଇ ବିଷଦ ଆଲୋଚନା କରିଥିଲେ l ଏବଂ ପ୍ରତେକ ବକ୍ତବ୍ୟ ରଖଥିଲେ ସୁସ୍ଥ ଗଣତନ୍ତ୍ର ପାଇଁ ଜନସଚେତନାର ଆବଶ୍ୟକତା ରହିଛି, ବିଭାଗୀୟ ମୁଖ୍ୟ ଅଧ୍ୟାପକ ବନମାଳି ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ଅଧ୍ୟାପକ ରତନ ଦିଗାଲ ଅତିଥିଙ୍କୁ ସ୍ୱାଗତ ଓ ଅତିଥି ପରିଚୟ ଦେଇଥିବାବେଳେ ଅଧ୍ୟାପିକା ସଂଘମିତ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ, ଦ୍ୱିତୀୟ ଅଧିବେଶନ ରେ ପ୍ରାକ୍ତନ ଅଧ୍ୟାପକ ତପନ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ, ଡ଼ ଅଶୋକ କୁମାର ପାତ୍ର କଣ୍ଟିଲୋ କଲେଜ, ଡ଼ ଶୁଭ୍ରାଂଶୁ ଶେଖର ବାହିନୀ ପତି ଅଧ୍ୟକ୍ଷ ସରସ୍ବତୀ ବିଦ୍ୟାମନ୍ଦିରଦାମନଯୋଡି, କୋରାପୁଟ, ଅକ୍ଷୟ କୁମାର ସାହୁ ବୁଗୁଡ଼ା କଲେଜ, ଗଞ୍ଜାମ, ବିନୋଦ କୁମାର କର, ବୁଗୁଡ଼ା କଲେଜ, ଡ଼ ସନ୍ଧ୍ୟାରାଣୀ ପାଢ଼ୀ ଫିରିଙ୍ଗିଆ କଲେଜ, କନ୍ଧମାଳ, ଅଲେଖ ଚନ୍ଦ୍ର ଘଡ଼େଇ ଟି. ଏସ. ଡି କଲେଜ ବିଡ଼ିପୁର, ଗଞ୍ଜାମ,ଡ଼ ରାଜେଶ ବାଗ କଳିଙ୍ଗ ମହାବିଦ୍ୟାଳୟ, ମାନସ ରଞ୍ଜନ ରାଉତରାୟ, ଛାତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ ଓ ପ୍ରଜ୍ଞାପ୍ରିୟଦର୍ଶିନୀ ମହାପାତ୍ର ସନ୍ଦର୍ଭ ପଠନ ସମସ୍ତ ଆଲୋଚକ ବିଷୟ ବସ୍ତୁକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.