ବ୍ୟାସକବି ଜୟନ୍ତୀ ଓ ମକର ମିଳନ

add-all

ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକରମିଳନ ସାମ୍ମୁଖ୍ୟର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି ଆସରରେ ବହୁ ସାହିତ୍ୟିକ ଯୋଗଦେଇ ବ୍ୟାସ କବିଙ୍କ ଜୀବନୀ ଓ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ | ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଅସିତ ନନ୍ଦ ପ୍ରାରମ୍ଭିକ ଭଜନ ଗାନ କରିଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପିକା ଜ୍ୟୋତିର୍ମୟୀ କାହଁର ଓ ହରପ୍ରିୟା ମିଶ୍ର ଙ୍କ ମିଳିତ ସଂଯୋଜନାରେ ଉପସ୍ଥିତ କବିମାନେ ଫକୀର ମୋହନଙ୍କ ଉପରେ ଆଲୋଚନା କରିବା ସହ କବିତା ଆବୃତ୍ତି କରିଥିଲେ | ଡ଼ଃ ଚିତ୍ତରଞ୍ଜନ ମିଶ୍ର, ଡ଼ଃ ପୁର୍ଣ୍ଣେନ୍ଦୁ ତ୍ରିପାଠୀ, ଡ଼ଃ ସୁଜିତ ପଣ୍ଡା, ନବୀନ କିଶୋର ପଣ୍ଡା, ନବ କିଶୋର ରଥ, ଅଶୋକ ମିଶ୍ର, କୈଳାଶ ଚନ୍ଦ୍ର ଧଳ, ପ୍ରସନ୍ନ କୁମାର ପଣ୍ଡା, ସଦାଶିବ ପାତ୍ର,ବି କେ କମଳ, ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼, ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, କେମୋ ଦିଗାଲ, ଲକ୍ଷ୍ମଣ ରଣା, ଆରତୀ ପରିଛା, ନିରୁପମା ମଣ୍ଡଳ, ପ୍ରଭାତୀ ପାତ୍ର, ବିଦ୍ୟୁଲତା ବେହେରା, ଶ୍ଵେତାଲିନ ବେହେରା, ରାଜେନ୍ଦ୍ର ନାୟକ, ରାଜୀବ ପ୍ରଧାନ ବିଜୟ କୁମାର ମହାନ୍ତି ପ୍ରମୁଖ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ | ସାହିତ୍ୟ ଆସରରେ କେବଳ କବିତା ପଠନ ନ କରି ଗଳ୍ପ ପଠନ ଓ ଆଲୋଚନା କଲେ ଫକୀରମୋହନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ସହସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କ ମତ କୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା |

ad-week
Leave A Reply

Your email address will not be published.