
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ର ପ୍ରାକ୍ତନ ଉପାଧ୍ୟକ୍ଷ ସ୍ବର୍ଗତ ହଳଧର ମିଶ୍ରଙ୍କ ଧର୍ମ ପତ୍ନୀ ଶାନ୍ତି ଲତା ମିଶ୍ର ଚାନ୍ଦି ବାଉଁଶ ମୂଳ ପଞ୍ଚାୟତ ର ଯଦୁଚନ୍ଦ୍ର ପୁର ଗ୍ରାମରେ 72ବୟସରେ ଇହଲିଳା ସମ୍ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରାକ୍ତନ ବିଧାୟକ ତଥା ଜିଲା କଂଗ୍ରେସ କମିଟି ସଭାପତି ଏବଂ ଅଞ୍ଚଳର ଆଦରଣୀୟ ବ୍ୟକ୍ତି ଅଂଶୁମାନ ମହାନ୍ତି ତାଙ୍କ ଘରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା.,ରଞ୍ଜନ କୁମାର ରାଉତ, ସହଦେଵ ସାହୁ, ରଵିନ୍ଦ୍ର ରାଉତ, ଯୁବକଂଗ୍ରେସ ସଭାପତି ସତ୍ୟବ୍ରତ ପାଣି । ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା, ପ୍ରାକ୍ତନ ସରପଞ୍ଚ, ମୋହନ କୁମାର ଦାସ ଯୁବନେତା ଅଜୟ କୁମାର ବେହେରା, ସରୋଜ କୁମାର ରାଉତ..କାର୍ତିକ ଚନ୍ଦ୍ର ବେହେରା.ସମବାୟ ସମିତି ସଭlପତି ଧୃବ ଚରଣ ମହାନ୍ତି..ଓଷ୍ଟା ସଭlପତି ବିଚିତ୍ର କୁମାର ସାହୁ. ନୋଡାଲ ପ୍ରଧାନ ଶିକ୍ଷକ ଶୁଭ୍ରଜ କୁମାର ବରାଳ. ଶିକ୍ଷାବିତ୍ ମହେଶ୍ଵର ରାଉତ ଅନାଦି ଚରଣ ଜେନା. ଶିକ୍ଷକ ନେତା ସୀତାକାନ୍ତ ରାଉଳ..ବିରଞ୍ଚି ନାରାୟଣ ବେହେରା .ସମୀରଣ ମଣ୍ଡଳ. କ୍ଷିତିଶ ପାତ୍ର.. ପ୍ରତାପ ଧଳ ପ୍ରମୂଖ ଶେଷ ଦର୍ଶନ କରିଥିଲେ.ଜ୍ୟେଷ୍ଠ ପୁତ୍ର ମାନସ ରଞ୍ଜନ ମିଶ୍ର ମୁଖାଗ୍ନି ଦେଇଥିଲେ ।
ତାଙ୍କର 04 ଝିଅ ଓ 03 ପୁଅ ଉପସ୍ଥିତ ଥିଲେ.. ସେ ଏକାଧାରରେ ଜଣେ ମେଳାପି ଓ ପରୋପକାରୀ ମଣିଷ ଥିଲେ..ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।