ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ…

add-all

ଦେବଗଡ଼, ୧୬|୧ : ଜାନୁଆରୀ ୨୭ ତାରିଖରେ ସମ୍ବଲପୁର ରେ ହେବାକୁ ଥିବା ପ୍ରସିଦ୍ଧ ସମଲେଶ୍ଵରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବକୁ ଭାବ୍ୟ ଓ ଦିବ୍ୟ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷିରେ ଦେବଗଡ଼ ଜିଲ୍ଲାର କନକ ଦୁର୍ଗା ମନ୍ଦିର, ମା ପଧାନୀ ବୁଢି, ତାରିଣୀ ମନ୍ଦିର ଧରମପୁର, ଠାକୁରାଣୀ ମନ୍ଦିର ପରା, କାଳୀ ମନ୍ଦିର ଆଉଁଳି, ମା ସରଣୀପାଟ ମନ୍ଦିର ବିଜୟ ନଗର, ଦୁର୍ଗା ମନ୍ଦିର କଲା ମନ୍ଦିରକୁ ସମ୍ବଲପୁରରୁ ଆସିଥିବା ସେବାୟତ ବିରେନ୍ଦ୍ର ରାୟ, ପୂଜକ ପ୍ରକାଶ ରାୟ, ପବିତ୍ର ଦେଓ, ସହକାରୀ ଜିଲ୍ଲାପାଳ ସୂରୟୋ କୁମାର ବରାଳ ଆସି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସ୍ତାନୀୟ ମଠ ସାହି ସ୍ଥିତ ମା କନକ ଦୂର୍ଗା ମନ୍ଦିର ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ସମ୍ବର୍ଦନା କାର୍ଯ୍ୟକ୍ରମରେ ଏହି ସାତୋଟି ମନ୍ଦିରର ସେବାୟତ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶଙ୍ଖ, ଘଣ୍ଟ, ହୁଳହୁଳି ସଭାବ୍ୟ ସମ୍ବର୍ଦ୍ଧନ ରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲିଂ ସେବାୟତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ, ଉପ ନଗର ପାଳ ପ୍ରଜିତ ଭୋଜ, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଶ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଜିଲ୍ଲାର ମନ୍ଦିରରୁ ଆସିଥିବା ସେବକ ଓ ଜିଲ୍ଲାର କଳାକାର, ବରିଷ୍ଠ ନାଗରିକ, ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.