ରାଜନୈତିକ ହାଲଚାଲ : ଭାଜପାରେ ଯୋଗଦେବାର ୨୪ ଘଣ୍ଟା ନପୁରୁଣୁ ଇସ୍ତଫା

add-all

ଦେବଗଡ,୧୬ା୧ : ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମତା ବଢିଚାଲିଛି, ଭାଜପା ଦଳରେ ଯୋଗଦେବା ର ୨୪ ଘଂଟା ନପୁରୁଣୁ ନାନା ଆଳ ଦେଖାଇ ଇସ୍ତଫା ଦେବା ଘଟଣା ଜିଲା ରେ ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ଥାଉ କି ସୋମବାର କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପା ରେ ସାମିଲ ହେବାସହ ଗଣମାଧ୍ୟମ ମାନଙ୍କ ସମ୍ମୁଖରେ ଜିନ୍ଦାବାଦ ସ୍ଳୋଗାନ ଦେଇଥିବା ଜଣେ ବିଜେଡି କର୍ମୀ ୨୪ ଘଂଟା ନପୁରୁଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା ଜିଲା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ସାଜିଛି । ଖବର ମୁତାବକ ୨୦୨୩ ମସିହା ଏପ୍ରିଲ ୧୩ ତାରିଖରେ ବିଜେଡି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ପୂର୍ବତନ ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ଅବସରରେ ସୋମବାର ଭାଜପା ଦଳକୁ ପୁଣି ଫେରିଥିଲେ । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ,ଉପସଭାପତି ଭାରତ ଭୁଷଣ ପ୍ରଧାନ ,ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ ଓ ରଞ୍ଜିତ ପଟେଲଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବେ ଭାଜପା ଯୋଗ ଦେବା ସହ ବିଜେଡିରେ ଅନଃକନ୍ଦଳ ଓ ବିଶୃଙ୍ଖଳା ଯୋଗୁଁ ବିଜେଡିରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଏହି ଅବସରରେ ବାରକୋଟ ବ୍ଲକ ବାସୁପାଲି ଗ୍ରାମର ନିରଞ୍ଜନ ବେହେରା ନାମକ ଜଣେ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଥିଲେ । ଭାଜପା ପଦାଧିକାରୀ ମାନେ ତାଙ୍କୁ ଦଳୀୟ ଉରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିବା ବେଳେ ଶ୍ରୀ ବେହେରା ମଧ୍ୟ ଉତଫୁଲ୍ଲିତ ହୋଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଜିନ୍ଦାବାଦ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର ମଙ୍ଗଳବାର ସେ ଭାଜପା ଜିଲା ସଭାପତିଙ୍କ ଜରିଆରେ ରାଜ୍ୟ ଭାଜପା ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇବା ସହିତ ସେ ଏକ ଅଭିଯୋଗ ପତ୍ର ନେଇ ଯାଇଥିବା ସମୟରେ ତିନି ଭାଜପା କର୍ମୀ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ନାକୁ ନେଇ ତାଙ୍କ କାନ୍ଧରେ ଭାଜପା ଉତରୀୟ ଲଗାଇ ଭାଜପା ରେ ସାମିଲ କରିଥିବା ଅଭିଯୋଗ କରିଥିବା ଜଣାପଡିଛି । ଏଥିସହ ଏହି ସବୁ କାମ ଠିକ୍ଲା ଗିନଥିବାରୁ ସ୍ୱଇଚ୍ଛାରେ ଭାଜପା ରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସେ ବିଗତ ୨ ବର୍ଷ ହେଲା ବିଜେଡିରେ କାମ କରିଆସୁଛି ଓ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ କାମ କରିବି ବୋଲି ଏକ ଭିଡିଓ ବାର୍ତା ଯୋଗେ ଜଣାଇଛନ୍ତି । ତେବେ ସେ ଯାହା ହେଉନା କାହିଁକି ଭାଜପା ଦଳରେ ସାମିଲ ହେବାର ୨୪ ଘଂଟା ନପୁରୁଣୁ ଦଳରୁ ଇସ୍ତଫା ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି ।

ad-week
Leave A Reply

Your email address will not be published.