ନୂଆ -ଓ ଯୁବ ଓଡିଶା -ନବୀନ ଓଡିଶାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟଟିତ…

add-all

ହିଞ୍ଜିଳିକାଟୁ ୧୮/୧ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣ୍ଡଳା -ବେଲଗାଁ ପରିସରରେ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡାଙ୍କ ତତ୍ବାବଧାନରେ ନୂଆ ଓ ଯୁବ ଓଡିଶା ର ବିଶ୍ୱ ଓଡ଼ିଆ ଭାଷା ସର୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଡ଼ିଗ୍ରୀ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଡ଼ ଲଷ୍ମୀନାରାୟଣ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ର ଉର୍ନତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟତମ ମୁଖ୍ୟ ବକ୍ତା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର ଶ୍ରୀ ପବିତ୍ର କୁମାର ହୋତା ଯୋଗ ଦେଇ ଆମ ଓଡ଼ିଆ ଭାଷା କିପରି ସମସ୍ତ ଯୁବ, ଛାତ୍ର ମାନେ ହୃଦୟ ରେ ଜାଗ୍ରତ ହେଲେ ନିଶ୍ଚିତ ଓଡ଼ିଆ ଭାଷା ଉର୍ନତ ହେବ, ଆମେ ସମସ୍ତେ ଭାବିବା ଉଚିତ ମୁ ଜଣେ ଓଡ଼ିଆ ମୋ ଭାଷା ଓଡ଼ିଆ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅତିଥି ପରିଚୟ ଓ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ କାଳୁଚରଣ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ, ଅଧ୍ୟାପକ ମାନସରଞ୍ଜନ ପଟନାୟକ, ଡ଼ ସୁଧାଂଶୁ ଶେଖର ସାହୁ, ନୀଳାଞ୍ଚଳ ସାହୁ ଏବଂ ସମସ୍ତ କର୍ମଚାରୀ ସହଯୋଗ କରି ଥିଲେ

ad-week
Leave A Reply

Your email address will not be published.