ଆଜିଠାରୁ ପ୍ରାଣୀ ଚିକିତ୍ସକ ମାନଙ୍କ ସମୂହ ଛୁଟି ସହ ଆନ୍ଦୋଳନ

add-all

ମାଲକାନଗିରି, ୧୮।୧ ଚାରିଦଫା ଦାବି ନେଇ ଆଜିଠାରୁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଡାକରା କ୍ରମେ ମାଲକାନଗିରି ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତିା ଫଳରେ ଏହି ଆନ୍ଦୌଳନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଣିଥିବା ପ୍ରାଣୀଙ୍କ ଚିକିତ୍ସା ହୋଇ ପାରୁନାହିାଁ ଏଥିେ ଯାଗୁଁ ଗାଈ, ଗୋରୁ ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ଆଣିଥିବା ଲୋକେ କା ର୍ଯ୍ୟାଳୟ ବାହାରେ ଅପେ କ୍ଷା କରି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତିା ଗୃହପାଳିତ ପଶୁ ମଧ୍ୟ ଛଟପଟ ହେଉଥିବା ଦେଖା ଯାଇଛିା ସଂଘର ଦାବୀ ମଧ୍ୟରେ ପାଣି ସେବା କ୍ଷେତ୍ରରେ ରୁପାନ୍ତରିତ କରି ୨୪ ଘଂଟିଆ ସେବା ବ୍ୟବସ୍ଥା, ବିସେଷ ଜ୍ଞ ବ୍ୟବସ୍ଥା, ଜଟିଳ ରୋଗରେ ପୀଡିତ ପ୍ରାଣୀଙ୍କୁ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ପ୍ରଦାନ କେନ୍ଦ୍ର ସରକାରଙ୍କ ଅଧୀନରେ କା ର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ଭଳି ପଦୋନ୍ନତି, କେନ୍ଦ୍ର ସରକାରଙ୍କ ପ୍ରାଣୀ ଚିକିତ୍ସଙ୍କ ହାରରେ ଏନ୍‌.ପି.ଏ. ପ୍ରଦାନ, ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି ଓ କ୍ୟାଡର ପୁନଃ ଗଠନ ଆଦି ଅନ୍ତର୍ଭୁକ୍ତା ଦାବୀ ପୁରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ମାଥିଲି ପ୍ରାଣୀ ଚିକିତ୍ସକ ଡଃ ମନୋଜ କୁମାର ଦାସ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.