ପଥର ଖାଦାନ ବନ୍ଦ କରିବା ନିମନ୍ତେ ଦାବୀ ପତ୍ର ପ୍ରଦାନ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଏ. ରଘୁନାଥପୁର ମୌଜା ରେ ଚାଲିଥିବା ପଥର ଖାଦାନ କୁ ତୁରନ୍ତ ବନ୍ଦ କରିବା ଦାବୀ ନେଇ ଶୁକ୍ରବାର ଏ ରଘୁନାଥପୁର ଗ୍ରାମ ର ବହୁ ବାସିନ୍ଦା ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି | ଏହି ପଥର ଖାଦାନ ଯୋଗୁଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ପଥର ଖାଦାନରେ ବିସ୍ପୋରଣ ଯୋଗୁଁ ଗୃହ ପାଳିତ ପଶୁ ଆତର୍କିତ ଅବସ୍ଥା ରେ ରହୁଛନ୍ତି | ଏହା ସହିତ କେତେବେଳେ ପଥର ପଡି ଜନ ଜୀବନ ଅସୁରକ୍ଷିତ ରହୁଛନ୍ତି | ପରିବେଶ ଦୂଷିତ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି ଓ ଖାଦାନ ନିକଟରେ ଥିବା ଚାଷ ଜମି ଓ କୁକୁଡାଖଣ୍ଡି କୁ ରାସ୍ତା ବିପଦ ସଂକୁଳ ପାଲଟିଛି | ଏଣୁ ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ପଥର ଖାଦାନ କୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି | ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ମହନ୍ତ ଚିନମୟ ନନ୍ଦ, ଯୁବ ନେତା ସିଦ୍ଧାର୍ଥ ଗଙ୍ଗଦେବ, ଜିଲ୍ଲା ବିଜେପି ସମ୍ପାଦକ ରାମ କୁମାର ସାମଲ, ପଞ୍ଚୁ ଗୌଡ଼, ନିରଞ୍ଜନ ଡାକୁଆ, ଅଂଚଳ ଗୌଡ଼ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.