ପୂର୍ତ୍ତବିଭାଗ ରାସ୍ତା ଜିଡିଂପାଟା ଛକରୁ ଗଦାପୁର ଗ୍ରାମକୁ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନ ନେଇ ଗ୍ରାମବାସୀଙ୍କ ଅଭିଯୋଗ

add-all

ଦାରିଙ୍ଗବାଡ଼ି (୧୯/୧) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପୂର୍ତ୍ତବିଭାଗ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଜିଡିଂପାଟା ଛକରୁ ଗଦାପୁର ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ମରାମତି କାର୍ଯ୍ୟ ନିମ୍ନମାନ ନେଇ ଗୋଦାପୁର ଗ୍ରାମବାସୀ କାମବନ୍ଦ କରିବାକୁ ଠିକାଦାରଙ୍କୁ ଅଭିଯୋଗ କରିଥିଲେ । ହେଲେ ଠିକଦାର ବନ୍ଦ କରିବା ବଦଳରେ ଗାଁ ଲୋକଙ୍କୁ ଧମକ ଦେଇଥିଲେ । ଏହି ଘଟଣା ନେଇ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ ।

ଆଜି ଏହି ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିବା ସହ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡ଼ିଛି । ବିଭାଗ ତରେଫେ ଠିକାଦାର ସୁବାସ ଦଳାଇ ଏହି ରାସ୍ତାର ମରାମତି କାର୍ଯ୍ୟ କରୁଛନ୍ତି। ଏହି ବିଷୟରେ ସହକାରୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକଙ୍କ ସହ ଯୋଗା ଯୋଗରେ କହିଛନ୍ତି ଯେ ଠିକାଦାର ଗ୍ରାମ ଲୋକଙ୍କୁ ଲେଖି ଦେଇଛନ୍ତି ଯେ ଭଲକାମ ନକଲେ ଵିଲ ଦିଆ ଯିବ ନାହିଁ । ଗ୍ରାମର ସୁଶିଲ କୁମାର ମାଝି, ବିନୋଦ ବିହାରୀ ବେହେରା, ବାଲେ କ୍ରିଷ୍ଣା ପାତ୍ର, ପବିତ୍ର ପ୍ରଧାନ, ବନ ବିହାରି ପ୍ରଧାନ, ଦେବେନ୍ଦ୍ର ସୁଆଲ ସିଂ, ପଞ୍ଚାନନ ସାହୁ ଜିଦ ଧରିଥିଲେ ଯେ ଭଲ କାମ ନକଲେ ଵିଲ ନକରିବା ପାଇଁ ବିଭାଗ ଅଧିକାରୀଙ୍କୁ କହିଥିଲେ। ଏହାସହିତ ଠିକାଦାର ମଧ୍ୟ ଭଲକାମ କରିବି ବୋଲି ଗଦାପୁର ଗ୍ରାମ ବାସୀଙ୍କୁ ଲିଖିତ ଭାବେ ଦେଇ ଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.