ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ : ଦ୍ବିତୀୟ ସନ୍ଧ୍ୟାରେ ନାଟକ ‘ସଠିକ୍ ବିଚାର’ ମଞ୍ଚସ୍ଥ

add-all

ପାରଳାଖେମୁଣ୍ଡି (୧୯/୦୧) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥିତ ଅର୍ବାନ୍ ବ୍ୟାଙ୍କ୍ ପଡିଆ ଠାରେ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘କ୍ରିଏଟିଭ୍ ଆର୍ଟସ୍’ ଆୟୋଜିତ ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ସଂସ୍ଥା ସଭାପତି ନ୍ରୁସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ. ଗୁଣନିଧି ନାୟକ, ବିଜେଡି଼ ରାଜ୍ଯ ସଂପାଦକ ପ୍ରଦୀପ କୁମାର ନାୟକ, ନାଟ୍ୟକାର ଦେବେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସହରରେ ସ୍ଥାୟୀ ରଙ୍ଗମଞ୍ଚର ଅଭାବ ଭିତରେ ମଧ୍ଯ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁନ୍ଦର ସୁନ୍ଦର ନାଟକମାନ ଆଣି ପାରଳା ନାଟ୍ୟ ପରମ୍ପରାକୁ ଉଦ୍ ଜିବିତ ରଖିବାରେ ଅନୁଷ୍ଠାନର ପ୍ରୟାସ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ଥାୟୀ ରଙ୍ଗମଞ୍ଚ ସ୍ଥାପନ ଦାବି ଉପସ୍ଥାପନ କରାଯାଇଥିଲା। ସମ୍ପାଦକ ମନୋଜ କୁମାର ପାଢୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ପାରଳା ନାଟକ ମହୋତ୍ସବ ଦିତୀୟ ଦିନର ନାଟକ ଥିଲା ‘ସଠିକ୍ ବିଚାର’ । ଶ୍ରୀ ନରସିଂହ ନାଟ୍ୟ ସଂସଦ, ସୁରଳ (ଗଞ୍ଜାମ) ପ୍ରଯୋଜିତ ତଥା ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ନିର୍ଦ୍ଦେଶିତ ଏହି ବିୟୋଗାନ୍ତକ ନାଟକରେ ସର୍ବଶ୍ରୀ ଡା. ତିରୁପତି ସାହୁ, ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଦୀପ କୁମାର ସାହୁ, ନଳିନୀକାନ୍ତ ଗୌଡ, ଗଙ୍ଗାଧର ପାଣିଗ୍ରାହୀ, ଚାନ୍ଦମାମା, ରଜନୀ ପ୍ରମୁଖ ସଫଳ ଅଭିନୟ କରିଥିଲେ। ସ୍ବରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ ଏବଂ ପି. ଶଙ୍କର ସଙ୍ଗୀତର ଝଙ୍କାରରେ ନାଟକଟି ଜୀବନ୍ତ ହୋଇପାରିଥିବା ପରିଦ୍ରୁଷ୍ଟ । ପରିଶେଷରେ ଆଦର୍ଶ ଦାଶ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.