
ଦାରିଙ୍ଗବାଡ଼ି, ୧୯/୧, ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ରେ ଅନଶନରେ ବସିଲେ ଗୋଟିଏ ପରିବାର ଲୋକେ। ସରକାର ଆମକୁ ନ୍ୟାୟ ଦିଅ, ଆମ ଜମି ଅଧିକାରରୁ ବଞ୍ଚିତ କରୁଛି କିଏ, ଆମ ପରିବାରର ଦାବି ପୂରଣ କର , ଦାବି ପୂରଣ ନ କଲେ ଆମେ ପରିବାର ଜୀବନ ହାରିବୁ ବୋଲି ଲେଖା ଥିବା ଫ୍ଲାଗ କାର୍ଡ଼ ଧରି ଅନଶନ ରେ ବସିଛନ୍ତି ପରିବାର। ସୂଚନାଯୋଗ୍ୟ ୧୯୯୭ ମସିହାରେ ବିଜୟ ନାୟକ ଏବଂ ତାଙ୍କ ସ୍ତ୍ରୀ ହାଲିମା ନାୟକଙ୍କୁ ସରକାର ଜମି ପଟ୍ଟା ଦେଇଛନ୍ତି। ଉକ୍ତ ଜମି ଉପରେ ଅନ୍ୟ ଏକ ପରିବାର ଇନ୍ଦିରା ଆବାସ ଯୋଜନାରେ ଘର କରି ରହି ଆସୁଛନ୍ତି। ଏ ନେଇ ନୀଳମାଧବ ନାୟକ ପୂର୍ବରୁ ଅଭିଯୋଗ କରିଆସୁଥିଲେ ହେଲେ ତାଙ୍କୁ କୌଣସି ନ୍ୟାୟ ନ ମିଳିବାରୁ ବାପା ମା ଏବଂ ତାର ପରିବାର କୁ ନେଇ ଅନଶନ କରୁଥିବା କହିଛନ୍ତି। ଖବର ପାଇ ତହସିଲଦାର ଶରତ ଶବର , ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଏବଂ ସୁବ୍ରତ ପ୍ରଧାନ ପହଞ୍ଚି ଅନଶନ କାରୀ ପରିବାରଙ୍କୁ ବୁଝାସୁଝା କରିଥିଲେ। ଏନେଇ ତହସିଲଦାର ଶ୍ରୀ ଶବର ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଜାଗାରେ ଅନ୍ୟ ଜଣେ ଘର କରି ବସବାସ କରୁଛି ଉକ୍ତ ଜାଗାକୁ ନେଇ କୋର୍ଟ ରେ କେସ ରହିଛି ଯାହା ବିଚାରାଧୀନ ଅଛି ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ଆସିବା ପରେ ହିଁ ଜଣା ପଡ଼ିବ ବୋଲି କହିଛନ୍ତି।