ଓମ୍ ଆରୋଗ୍ୟ ହସ୍‌ପିଟାଲ ବିକ୍ରି ନାଁରେ ଠକେଇ ମାମଲା, ଆଉ ଜଣକୁ ଗିରଫ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ…

add-all

ବ୍ରହ୍ମପୁର : ବ୍ରହ୍ମପୁର ଭାବାନଗରଠାରେ ଥିବା ଓମ ଆରୋଗ୍ୟ ହସପିଟାଲ ବିକ୍ରି ନାଁରେ ହୋଇଥିବା ବହୁ କୋଟି ଟଙ୍କା ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଦୈଦ୍ୟନାଥପୁର ଆନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଋଷିପ୍ରସାଦ ନାୟକ। ଷ୍ଟେସିମେନ ହୋଲଗିଂସ ଲିମିଟେଡ କମ୍ପାନୀ ସହ ଋଷି ପ୍ରସାଦଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହେବା ପରେ ପୁଲିସ ଆଜି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ହର୍ସବିହାର ୪ର୍ଥ ଲାଇନ ବାସିନ୍ଦା ତଥା ଓମ ଆରୋଗ୍ୟ ହସପିଟାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡା. ରମେଶ ଚନ୍ଦ୍ର ବରତ ଏକ ହସପିଟାଲ କିଣିବା ପାଇଁ ୨୦୨୧ମସିହାରେ ସ୍ୱେସିମେନ ହୋଇଡିଂସ ଲିମିଟେଡ ସହ ଏକ ଚୁକ୍ତି କରିଥିଲେ । ଏଥିପାଇଁ ରମେଶ ପ୍ରଥମେ ୩କୋଟି ୪୩ଲକ୍ଷ ଟଙ୍କା ଦେଇଥିଲେ | ହେଲେ କରୋନା ଆସିଯିବା ପରେ ଡା. ରମେଶ ସଂପୃକ୍ତ ହସପିଟାଲକୁ ନିଜ ଅକ୍ତିଆରକୁ ନେଇ ପାରିନଥିଲେ |ଏହାର ସୁଯୋଗ ନେଇ ସଂଗ୍ରାମ ମହାନ୍ତି ଓ ତାଙ୍କ ସହଯୋଗୀ ରୁଷିପ୍ରସାଦ ନାୟକ, ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପତ୍ନୀ ନିଶି ପ୍ରିୟଦର୍ଶିନୀ କାଗଜପତ୍ର ଜାଲିଆତି କରି ତା ରମେଶଙ୍କୁ ପ୍ରାୟ ୬କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଢା ରମେଶ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ସଂଗ୍ରାମ ମହାନ୍ତି, ନିଶି ପ୍ରିୟଦର୍ଶନୀ ଓ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରର୍ଯ୍ୟାୟକ୍ରମେ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଥିଲା । ତା. ରମେଶଙ୍କୁ ଠକେଇ କରିଥିବା ସ୍ପେସିମେନ ହୋଲଡିଂସ ଲିମିଟେଡ କମ୍ପାନୀର ଇ-ମେଲ ଆଇଡିରେ ଋଷିପ୍ରସାଦଙ୍କ ମୋବାଇଲ ନମ୍ବର ଦିଆଯାଇଥିବା ଭଳି ଅନ୍ୟ କିଛି ପ୍ରମାଣ ପୁଲିସ ହାତରେ ଲାଗିଥିଲା । ତେଣୁ କମ୍ପାନୀ ସହ ସମ୍ପର୍କ ଥିବା ସ୍ପଷ୍ଟ ହେବା ପରେ ପୁଲିସ ଗୁରୁବାର ଋଷିପ୍ରସାଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏସପି ଡା. ସର୍ବଣା ବିବେବ ଏମ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.