ସିର୍କାବର୍ଗ ହାଇସ୍କୁଲରେ ବାର୍ଷିକ ଉତ୍ସବ…

add-all

ଦାରିଙ୍ଗବାଡି,୨୨/୧: ସିର୍କାବର୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସଵରେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସିଂ ଙ୍କ ଅଧ୍ୟକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସମିତି ଅଧକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର,ସରପଞ୍ଚ ଚିରଞ୍ଜିବୀ ପ୍ରଧାନ, ସମିତିସଭ୍ୟ ଶ୍ୟାମଘନ ପ୍ରଧାନ, ଶ୍ରାନିକେତା ସରପଞ୍ଚ ଗଙ୍ଗା ପ୍ରଧାନ, ସ୍କୁଲ ସଭାପତି ମୋନୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ସ୍କୁଲର ବିବରଣୀ ପାଠ କରିଥିବା ବେଳେ ସିଆରସିସି ସନିଆ ପ୍ରଧାନ ଅତିଥି ପରିଚୟ ଦେବା ସହ ମଞ୍ଚ ସଂଯୋଜନା କରିଥିଲେ । ସ୍କୁଲରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଧାନ ଶିକ୍ଷକ ଅନୁରୋଧ କରିଥିଲେ। ସ୍କୁଲରେ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ହୋଇଥିବା ଅନ୍ୟାନ୍ୟ ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସ୍କୁର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.