ତୁମୁଡିବନ୍ଧରେ ରାମଲାଲାଙ୍କ କାର୍ଯ୍ୟକ୍ରମ…

add-all

ଫୁଲବାଣୀ : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ସାରା ଭାରତରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହିତ ପୁରପଲ୍ଲୀ ରାମମୟ ହୋଇ ଉଠିଛି l ତୁମୁଡିବନ୍ଧ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଏହି ଅବସର ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି l ରାମଧୂନ ପରିବେଷଣ ସହ ବିଭିନ୍ନ ପୌରାଣିକ ବେଶରେ ( ରାମ, ଲକ୍ଷ୍ମଣ, ହନୁମାନ, ଭରତ, ଶତ୍ରୁଘ୍ନ, ଦଶରଥ, କୌଶଲ୍ୟା କୈକେୟୀ, ସୁମିତ୍ରା, ପ୍ରଭୃତି )ଛାତ୍ର ଛାତ୍ରୀମାନେ ନଗର ପରିଭ୍ରମଣ କରିଥିଲେ l ବିଦ୍ୟାଳୟ ପରିସରରେ ପ୍ରଭୁ ରାମଲାଲାଙ୍କ ପୂଜନ ସହ ରାମକଥା ଓ ହନୁମାନ ଚାଳିଶା ଆଦି ପିଲାମାନଙ୍କ ଦ୍ୱାରା ଆବୃତ୍ତି କରାଯାଇ ଥିଲା l କାର୍ଯ୍ୟକ୍ରମ ପରେ ରାମ ଖିଚୁଡ଼ି ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମ ବେଶ ପ୍ରଭାବୀ ହୋଇଥିଲା l ପଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ,ସଭାପତି ପୁରୁଷୋତ୍ତମ ଲେଙ୍କା, ଉପସଭାପତି ପ୍ରସନ୍ନ କୁମାର ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ପାଢ଼ୀ, ଆଚାର୍ଯ୍ୟା ଜ୍ୟୋତ୍ସ୍ନାରାଣୀ କଂହର, ଜ୍ୟୋତ୍ସ୍ନାରାଣୀ ପାତ୍ର, ସ୍ନେହଲତା ଲେଙ୍କା, ଯଶୋଦା ପାତ୍ର, ସରସ୍ବତୀ ନାୟକ, କେତକୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବିଦ୍ୱତ ପରିଷଦର ବିଭୁତି ଭୂଷଣ, ଯଶୋବନ୍ତ ପ୍ରଧାନ, ପରେଶ ନାୟକ ଅନନ୍ତ ସାହୁ, ନିତ୍ୟାନନ୍ଦ ପାତ୍ର, ମାତୃ ଭାରତୀର ପ୍ରଶାନ୍ତି ସାହୁ,ସସ୍ମିତା କଂହର, ସୁନେଲି ନାୟକ ପ୍ରଭୃତି ସହଯୋଗ କରିଥିଲେ lଏଥିସହ ବିଶ୍ୱହିନ୍ଦୁ ପରିଷଦ ଆନୁକୂଲ୍ୟରେ ତୁମୁଡିବନ୍ଧ ସହରରୁ ଏକ ବିରାଟ ପଟୁଆର ବାହାରି ଜଳେଶପଟା ସ୍ଥିତ ହନୁମାନ ମନ୍ଦିର ଠାରେ ପହଂଚି ପୂଜା ଅର୍ଚନା ସହ ଯଜ୍ଞ ଓ ହନୁମାନ
ଚାଳିଶା ଅନୁଷ୍ଠିତ କରାଯାଇଥିଲା l ବହୁ ଲୋକ ଉପସ୍ଥିତ ରହି ପୂଜା କରିବା ସହ ପ୍ରସାଦ ସେବନ କରିଥିଲେ l

ad-week
Leave A Reply

Your email address will not be published.