ରାମଲାଲଙ୍କ ପ୍ରାଣପ୍ରତିଷ୍ଠା, ହିଞ୍ଜିଳିକାଟୁରେ ଆଧ୍ୟାତ୍ମିକ ପରିବେଶ…

add-all

ଦୀପର ଆଲୋକରେ ଝଲସିଲା ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ (୨୨/୧) : ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ସବୁ ହୋଇଉଠିଛି ଆଲୋକମୟ । ତେବେ ସରଜୁ ନଦୀ ତଟରେ ଆଲୋଜନ ହୋଇଛି ଦୀପୋତ୍ସବ ।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଦୀପ ଆଲୁଅରେ ଝଲସି ଉଠିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ତରଫରୁ ଦୁର୍ଗାପୂଜା ମଣ୍ଡପ ନିକଟ ରେ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ପ୍ରଭୁ ଶ୍ରୀରାମଙ୍କ ଫଟୋ ପୂଜାର୍ଚ୍ଚନା କରିବା ସହ ଦୀପ ଜାଳି ଉତ୍ସବ ପାଳନ କରିଥିଲେ।ଏହି ଉତ୍ସବ ରେ ଵଣିକ ସଂଘ ସମ୍ପାଦକ ବିଶ୍ବମ୍ବର ସାହୁ, ଯୁଗଳ ପଣ୍ଡା,କିଶୋର ଚୌଧୁରୀ ,ଯୋଗିନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ ପ୍ରଧାନ, ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସମେତ ଵହୁ ବ୍ୟବସାୟୀ ସହଯୋଗ କରିଥିଲେ। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ରାମ ମନ୍ଦିର ସହ ବିଭିନ୍ନ ମନ୍ଦିର ଓ ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ଦୀପର ଆଲୋକ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ।

ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ଘରେ ଘରେ ଦୀପ ଜାଳିବା ସହ ପୂର୍ଣ୍ଣର୍କୁମ୍ଭ ସ୍ଥାପନ କରିଥିବା ଦେଖିବାକୁ ମିଳିଛି। ବରିଷ୍ଠ ବିଜେପି କର୍ମୀ ରଜନୀକାନ୍ତ ପାଢିଙ୍କ ତତ୍ବାବଧାନରେ ସୋମବାର ସ୍ଥାନୀୟ ବ୍ଳକ ସିକିରି ଗ୍ରାମରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବେଶୀରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ପରେ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା। ଶିକିରି ଗ୍ରାମରୁ ଵାହାରି ହିଞ୍ଜିଳିକାଟୁ ଦେଇ ହାଡିଚିରା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଦେବାଳୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଥିଲା। ସମସ୍ତ ଜନସାଧାରଣଙ୍କ ନିଜ ନିଜ ଘର ସମ୍ମୁଖରେ ପୁର୍ଣ୍ଣକୁମ୍ଭ ସ୍ଥାପନ ସହ ଦୀପ ଜାଳି ଏବଂ ଘରକୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରି ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ। ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ad-week
Leave A Reply

Your email address will not be published.