ନିରୀହ ଲୋକଙ୍କୁ ଗିରଫର ପ୍ରତିବାଦ ନେଇ ସାମ୍ବାଦିକ ସମ୍ମିଳନୀ…

add-all


ଫୁଲବାଣୀ: ଏକ କଲରାପତ୍ରିଆ ବାଘ ଛାଲ ମାମଲାରେ ଏସଟିଏଫ୍ ଟିମ୍ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ନିକଟ ନୂଆସାହିର ଭିନ୍ନକ୍ଷମ ଗୌତମ ବେହେରାକୁ ବିନା ଦୋଷରେ ନାଟକୀୟ ଭଙ୍ଗିରେ ଗିରଫ କରି ବୌଦ୍ଧ ପଠାଇଥିବା ନେଇ ପୁଅ ହେରା ଓ ଝିଅ ମମତା ବେହେରା, ଦଣ୍ଡପାଣି ବେହେରା ଓ ଚକ୍ରଧର ବେହେରା ପ୍ରମୁଖ ବୁଧବାର ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଇ ଅଭିଯୋଗ କରିଛନ୍ତି । ଜେଲକୁ ସମୀର ଗତ ୧୯ ତାରିଖ ଦିନ ବିଳମ୍ବିତ ରାତିରେ ଗୌତମ ଘର ସମ୍ମୁଖ ଦୋକାନ ରେ ବସିଥ‌ିବା ବେଳେ ଏସ୍ ଟି ଏଫ୍ର କିଛି ଅଧିକାରୀମାନେ ଆସି ଘର ଲୋକଙ୍କୁ ନଜଣାଇ ଦୋକାନରୁ ଉଠାଇ ନେଇଥିଲେ। ରାତିରେ ବହୁତ ଖୋଜାଖୋଜି କରିବା ପରେ ବାପାଙ୍କୁ ନପାଇବା ଫଳରେ ପରଦିନ ସକାଳେ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଛନ୍ତି। ଆଉ ପରେ ବାଘ ଛାଲ କାରବାର ମାମଲାରେ ଗୌତମକୁ ଗିରଫ୍ କରାଯାଇଥିବା ଜଣାପଡ଼ିଥିଲା। ତେବେ, ବାପା ଗୌତମ ନୀରିହ ଲୋକ ସେ ଜଣେ ଭିନ୍ନକ୍ଷମ କୌଣସି ବାଘ ଛାଲ କାରବାରରେ ସମ୍ପୃକ୍ତ ନାହାନ୍ତି ତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ଆଉ ତାଙ୍କୁ ଶୀଘ୍ର ଖଲାସ୍ କରିବା ଲାଗି ପରିବାର ଲୋକେ ଦାବି କରିଛନ୍ତି। ପରିବାର ଲୋକେ କନ୍ଧମାଳ ଏସ୍ ପି ଓ ଜଙ୍ଗଲ୍ ବିଭାଗ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। ଗୌତମଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଧାରଣା ଦେବେ ବୋଲି ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ad-week
Leave A Reply

Your email address will not be published.