ଆସିକାର ମୁଖ୍ୟରାସ୍ତା କାମ କଚ୍ଛପ ଗତିରେ ଲୋକେ ହନ୍ତସନ୍ତ…

add-all

ଉନ୍ନୟନ ନାମରେ ହରିଲୁଟ ସହର ବାସୀ ଜଳକା….
ଵ୍ରହ୍ମପୁର : ଆସିକା ସହର ର ମୁଖ୍ୟ ରାସ୍ତା ଏକ ସପ୍ତାହ ହେଲା ବସ୍ତି ରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଆସିକାସହରକୁ ସୁନ୍ଦରୀକରଣ ନାମରେ ଉନ୍ନୟନ କାର୍ଯ୍ୟକ୍ରମ ନାମରେ କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି। ଏପଟେ ଫେବର ରୋଡ଼ ନିର୍ମାଣ ଚାଲିଛି। ସେପଟେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେଉଁଠି ଫେବର ଦବି ଗଲାଣିତ କେଉଁଠି ଭୁସୁଡ଼ି ପଡ଼ିଲାଣି। ଅନଭିଜ୍ଞ ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦେବା ଫଳରେ ଆସିକା ସହର ର ମୁଖ୍ୟ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଦିନ ଦିନ ସଂଖ୍ୟା ବନ୍ଦ ହେବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଫେବର ରୋଡ଼ ପାଇଁ ପୂର୍ବରୁ ଥିବା ଡ୍ରେନ ଗୁଡ଼ିକୁ ପୂର୍ଣ୍ଣ ନିର୍ମାଣ ଆଳରେ ଓସାର ଥିବା ଡ୍ରେନ କୁ ସଂକୀର୍ଣ୍ଣ କରିବା ଦେଖିବାକୁ ମିଳୁଛି। ଏହା ବର୍ଷା ଦିନେରେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି କୁ ସହର ବାସୀ ହନ୍ତସନ୍ତ ହେବାକୁ ବାଧ୍ୟ ହେବେ। ଏହି ଭଳି ନିମ୍ନ ମାନର କାର୍ଯ୍ୟ ଚାଲିଥିଲେ ମଧ୍ୟ ନା ଶାସକ ଦଳ ନା ବିରୋଧୀ ଦଳ ଚୁପଚାପ ବସି ଦେଖୁଥିବା ନେଇ ଚର୍ଚ୍ଚା ହେଉଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କୌଣସି ଅଧିକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ରହିବା ଫଳରେ କାର୍ଯ୍ୟ ନିମ୍ନ ମାନର ହେଉଛି। ଯାହା ଫେବର ରାସ୍ତା ନିର୍ମାଣ ହେବା ସଙ୍ଗେ ସଙ୍ଗେ ଭୁଶୁଡିବା ତ କେଉଁଠି ଦବିଯିବା ଏଠାରୁ ଅନୁମେୟ କରିହେଉଛି। ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗଞ୍ଜାମ ଜିଲ୍ଲାରେ ପିସି କାରବାର ପାଦପାଦ ରେ ବଢ଼ିଯାଇଥିବା ଯୋଗୁଁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.