ଓଡ଼ଗାଁରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୭ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ…

youtube

ଓଡ଼ଗାଁ : ୫ଟି ବିଦ୍ୟାଳୟ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲାର ୭୫ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଥିବା ବେଳେ ଓଡ଼ଗାଁ ବ୍ଲକ୍ ର ୧୭ଟି ଉଚ୍ଚ ବିଦ୍ୟାଳୟ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଅଛି । ଏଥିପାଇଁ ସମସ୍ତ ୫ଟି ରୂପାନ୍ତରିତ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ରୂପାନ୍ତରିତ ବିଦ୍ୟାଳୟରେ ରେ ୨ଟି ସ୍ମାର୍ଟ କ୍ଲାସରୁମ୍, ଗୋଟିଏ ଇ – ଗ୍ରନ୍ଥାଗାର, ଗୋଟିଏ ବିଜ୍ଞାନଗାର, ଶୌଚାଳୟ ପ୍ରଭୃତି ପିଲାଙ୍କ ପାଇଁ ଲୋକାର୍ପିତ କରାଯାଇଛି । ଅଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଲେ ଯେ ପିଲାଙ୍କ ଭବିଷ୍ୟତ ପାଇଁ ସରକାରୀ ସ୍କୁଲ ଗୁଡ଼ିକ ଶ୍ରେଷ୍ଠ ମାଧ୍ୟମ, ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକର ସଠିକ୍ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ସୁନ୍ଦର ଭବିଷ୍ୟତ ଗଢ଼ିବା ତଥା ଓଡ଼ିଶାରେ ଏବେ ରୂପାନ୍ତରଣ ର ସମୟ ଚାଲିଛି ଏବେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍ପିଟାଲ, ପର୍ଯଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତରଣ କାର୍ଯ୍ୟ ଚାଲୁରହିଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.