ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ…

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ସମସ୍ତ ପଞ୍ଚାୟତ ଓ ଏନଏସିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ପାଇଁ ଜାନୁୟାରୀ ୩୧ତାରିଖରୁ ଫେବୃଆରି ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେଥିପାଇଁ ଏହି କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ଓଡ଼ଗାଁ ବ୍ଲକ ରୋଡ କଲ୍ୟାଣୀମଣ୍ଡପ ଠାରେ ଆୟୋଜିତ ହୋଇଅଛି । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଙ୍ଘ ସଭାପତି ଦେବାଶିଷ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜନପ୍ରତିନିଧି ମାନେ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ଆସୁଥିବା ଅର୍ଥର ବିନିଯୋଗ ଏବଂ ସରକାରଙ୍କ ବିଭିନ୍ନ ସହାୟତା ସମ୍ପର୍କରେ ଜନସାଧାରଣଙ୍କୁ ପ୍ରତି ପଞ୍ଚାୟତରେ ସଚେତନ କରାଇବା, ସରକାରୀ ସହାୟତା ରୁ ବଞ୍ଚିତ ଯୋଗ୍ୟ ହିତାଧକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନିକଟରେ ସହାୟତା ପହଞ୍ଚାଇବାରେ ସହଯୋଗ କରିବା ପାଇଁ ଜନପ୍ରତିନିଧି ମାନେ ସଂକଳ୍ପ କରିଥିଲେ ।

ad-week
Leave A Reply

Your email address will not be published.