ଅଧିକାରୀମାନେ ଟିକସ ଠକେଇରେ ଭାଗିଦାର ……!

add-all

ଵ୍ରହ୍ମପୁରରେ ବିନା ପଞ୍ଜିକୃତ ରେ ଲକ୍ଷ ଲକ୍ଷ ଟଙ୍କାର ସୁନା କାରବାର……
ଵ୍ରହ୍ମପୁର : ବ୍ରହ୍ମପୁରରେ ଥିବା ସୁନା ବେପାରକୁ ବାବୁ ମାନେ ସୁନାପୁଅ ଭାବେ ଆଶୀର୍ବାଦ ଦେବା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି। ବ୍ରହ୍ମପୁର ରେ ଛତୁ ଫୁଟିଲା ଭଳି ସୁନା ଦୋକାନ ଦିନକୁ ଦିନ ଖୋଲୁଛି। ବ୍ରହ୍ମପୁର ରେ ଥିବା ଅଧିକାଂଶ ସୁନା ଦୋକାନ ବିନା ଜି.ଏସ.ଟି ରେ ଚାଲୁଛି। ବିନା ପଞ୍ଜିକୃତ ରେ ସୁନା ବ୍ୟବସାୟ ହେଉଥିବା ଯୋଗୁଁ ଗ୍ରାହକ କ୍ରୟ କରିଥିବା ସୁନା ଦରକାର ବେଳେ ବିକ୍ରି ସମୟ ରେ ମାତ୍ରାଧିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କାରବାର ସାଧା କାଗଜରେ ଲେଖି ହେଉଥିବା ଯୋଗୁଁ ଏପଟେ ଗ୍ରହକ ଠକାମୀ ର ଶିକାର ହେଉଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ.ଆଇ.ଟି ଓ ଜି.ଏସ.ଟି ଚଢ଼ାଉ ହେବାର ନଜିର ରହିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦିନକୁ ଲକ୍ଷଲକ୍ଷ ଟଙ୍କାର ଜି.ଏସ.ଟି ଠକେଇ ହେଉଥିଲେ ବିଦାୟିତ୍ୱ ରେ ଥିବା ଅଧିକାରୀ ନିଜର ପକେଟ ଗରମ କରି ଚୁପଚାପ ବସିରହୁଥିବା ଚର୍ଚ୍ଚା ହେଉଛି। ଯଦି ନିୟମିତ ବିକ୍ରିବଟା ଉପରେ ଯାଜ୍ଜ ହେଲେ ଗ୍ରହକ ସୁନା କ୍ରୟ ବେଳେ ଠକାକାମୀର ଶିକାର ହେବା ନାହିଁ ସରକାର ଙ୍କ ରାଜସ୍ୱ ଆୟ ବଢ଼ିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.